ଓଡିଶା

odisha

ETV Bharat / bharat

ମଧ୍ୟରାତିରେ ମୁହାଁମୁହିଁ, 2 ଆତଙ୍କବାଦୀଙ୍କ ଏନକାଉଣ୍ଟର - encounter in JK

ପୁଲୱାମା: ମଧ୍ୟରାତିରେ ମାତିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଛକାପଞ୍ଝା ମଧ୍ୟରେ ନିପାତ ହେଲେ ଦୁଇ ଆତଙ୍କବାଦୀ । ମୃତ ଆତଙ୍କବାଦୀ ଜୈସ-ଏ-ମହମ୍ମଦ (ଜେଇଏମ) ର ହୋଇଥିବା ଜଣାପଡିଛି । ସଇଦ ଅହମ୍ମଦ ଓ ଅନିୟାତ ଅହମ୍ମଦ ଜିଗର ଜେଇଏମ ଆତଙ୍କବାଦୀ ସଙ୍ଗଠନର ଦୁଇ ସକ୍ରିୟ ଆତଙ୍କବାଦୀ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Feb 1, 2019, 10:20 AM IST

ଜମ୍ମୁ କଶ୍ମୀର ରାଜପୋରା ଅଞ୍ଚଳରେ ଗତକାଲି ମଧ୍ୟରାତିରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ-ଆତଙ୍କବାଦୀ । ସେନା ଓ ସିଆରପିଏଫର ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ମାନେ ପ୍ରଥମେ ଗୁଳିମାଡ କରିଥିଲେ । ଏହାର ପ୍ରତି ଜବାବ ଦେବାକୁ ଯାଇ ସେନାଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

ABOUT THE AUTHOR

...view details