ଓଡିଶା

odisha

ETV Bharat / bharat

ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ, 287 ମୃତ୍ୟୁ ରେକର୍ଡ - corona updates

ଦେଶରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 36ହଜାର, 1ଲକ୍ଷ 14ହଜାର ସୁସ୍ଥ
ଦେଶରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 36ହଜାର, 1ଲକ୍ଷ 14ହଜାର ସୁସ୍ଥ

By

Published : Jun 7, 2020, 6:48 AM IST

Updated : Jun 7, 2020, 10:20 AM IST

10:17 June 07

ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ, 287 ମୃତ୍ୟୁ ରେକର୍ଡ

ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ, 287 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 9971 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ କୋରୋନା ପଜିଟିଭ ସଂଖ୍ୟା 246628ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 6929ରେ ପହଞ୍ଚିଛି । ମୋଟ 1ଲକ୍ଷ 19ହଜାର 2ଶହ 93 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 20ହଜାର 4ଶହ 6 ରହିଛି । ଏନେଇ ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 42609 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5057, ଦିଲ୍ଲୀରେ 16229, ତାମିଲନାଡୁରେ 13506, ରାଜସ୍ଥାନରେ 2599, ମଧ୍ୟପ୍ରଦେଶରେ 2721, ଉତ୍ତରପ୍ରଦେଶରେ 3828, ଆନ୍ଧ୍ରପ୍ରଦେଶରେ 1817, ତେଲେଙ୍ଗାନା 1663, କର୍ଣ୍ଣାଟକରେ 3186, କେରଳରେ 1030 ଓ ଓଡିଶାରେ 1057 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 2969 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1219, ମଧ୍ୟପ୍ରଦେଶରେ 399, ଦିଲ୍ଲୀରେ 761, ଆନ୍ଧ୍ରପ୍ରଦେଶରେ 73, ତାମିଲନାଡୁରେ 251, କର୍ଣ୍ଣାଟକରେ 59  ଓ ତେଲେଙ୍ଗାନାରେ 123 ଜଣଙ୍କ ମୃତ୍ୟୁ ହୋଇଛି ।

06:26 June 07

ଦେଶରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 36ହଜାର, 1ଲକ୍ଷ 14ହଜାର ସୁସ୍ଥ

ଦେଶରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 36ହଜାର, 1ଲକ୍ଷ 14ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 36ହଜାର 6ଶହ 57ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 6642ରେ ପହଞ୍ଚିଛି । ମୋଟ 1ଲକ୍ଷ 14ହଜାର 73 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 15ହଜାର 9ଶହ 42 ରହିଛି । ଏନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 ମହାରାଷ୍ଟ୍ରରେ ସର୍ବାଧିକ 42224 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 4901, ଦିଲ୍ଲୀରେ 15311, ତାମିଲନାଡୁରେ 12700, ରାଜସ୍ଥାନରେ 2507, ମଧ୍ୟପ୍ରଦେଶରେ 2734, ଉତ୍ତରପ୍ରଦେଶରେ 3828, ଆନ୍ଧ୍ରପ୍ରଦେଶରେ 1654, ତେଲେଙ୍ଗାନା 1550, କର୍ଣ୍ଣାଟକରେ 3090, କେରଳରେ 973 ଓ ଓଡିଶାରେ 996 ରହିଛି ।

 ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 2849 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1190, ମଧ୍ୟପ୍ରଦେଶରେ 384, ଦିଲ୍ଲୀରେ 708, ଆନ୍ଧ୍ରପ୍ରଦେଶରେ 73, ତାମିଲନାଡୁରେ 232, କର୍ଣ୍ଣାଟକରେ 57  ଓ ତେଲେଙ୍ଗାନାରେ 113 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : Jun 7, 2020, 10:20 AM IST

For All Latest Updates

ABOUT THE AUTHOR

...view details