ଓଡିଶା

odisha

By

Published : Sep 7, 2020, 7:09 AM IST

ETV Bharat / bharat

ଅଶୋଧିତ ବୋମା ବିସ୍ଫୋରଣ; 2 ମୃତ, 2 ଆହତ

ପଶ୍ଚିମବଙ୍ଗର କାମରହାଟି ଗୋଲାଘାଟର ଏକ ଘରେ ଭୟଙ୍କର ଅଶୋଧିତ ବୋମା ବିସ୍ଫୋରଣ ଘଟିଛି । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଅଶୋଧିତ ବୋମା ବିସ୍ଫୋରଣ, 2 ମୃତ 2 ଆହତ
ଅଶୋଧିତ ବୋମା ବିସ୍ଫୋରଣ, 2 ମୃତ 2 ଆହତ

କୋଲକାତା : ପଶ୍ଚିମବଙ୍ଗର କାମରହାଟି ଗୋଲାଘାଟର ଏକ ଘରେ ଭୟଙ୍କର ଅଶୋଧିତ ବୋମା ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସକୁ ମୃତକ ପରିଚୟ ମିଳିଛି ସେମାନେ ହେଲେ ସାଜିଦ ଓ ରାଜା ।

ବିସ୍ଫୋରଣ ଖବର ପାଇବା ପରେ କାମରହାଟି ଆଉଟପୋଷ୍ଟର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଚାରିଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲା। ସେଥିମଧ୍ୟରୁ ଦୁଇଜଣକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇ ସାଗର ଦତ୍ତା ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ABOUT THE AUTHOR

...view details