ଓଡିଶା

odisha

ETV Bharat / bharat

ପୁଲୱାମା ଏନକାଉଣ୍ଟରରେ 2 ଜେଇଏମ ଆତଙ୍କୀ ନିହତ, 2020ରେ ସମୁଦାୟ 88 ଆତଙ୍କୀ ସଫା - ଜାମ୍ମୁ କାଶ୍ମୀର ପୋଲିସ

ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ପୁଲୱାମାରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଜେଇଏମ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ଦୁଇଟି AK ରାଇଫଲ, ଦୁଇଟି ପିସ୍ତଲ, ମାଗାଜିନ ଏବଂ ଦୁଇଟି ହ୍ୟାଣ୍ଡ ଗ୍ରେନେଡ ସମେତ ଅପରାଧ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ।

ପୁଲୱାମା ଏନକାଉଣ୍ଟରରେ 2 ଜେଇଏମ ଆତଙ୍କୀ ନିହତ, 2020 ରେ ସମୁଦାୟ 88 ଆତଙ୍କୀ ସଫା
ପୁଲୱାମା ଏନକାଉଣ୍ଟରରେ 2 ଜେଇଏମ ଆତଙ୍କୀ ନିହତ, 2020 ରେ ସମୁଦାୟ 88 ଆତଙ୍କୀ ସଫା

By

Published : Jun 3, 2020, 9:49 AM IST

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ଟ୍ରାଲ ଅଞ୍ଚଳରେ ମଙ୍ଗଳବାର ଦିନ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଦୁଇ ସ୍ଥାନୀୟ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ନିହତ ହୋଇଛନ୍ତି।

ପୋଲିସ କହିଛି ଯେ, ଏକ ନିର୍ଦ୍ଦିଷ୍ଟ ଗୁପ୍ତଚର ଆଧାରରେ ପୋଲିସ, ସେନା ଏବଂ ସିଆରପିଏଫର ମିଳିତ ଟିମ୍ ଟ୍ରାଲର ସାଇମୋହରେ ଥିବା ପାମ୍ପୋଶ କଲୋନୀକୁ କର୍ଡନ କରି ଏନକାଉଣ୍ଟର ଆରମ୍ଭ କରିଥିଲେ । ତେବେ ଅଞ୍ଚଳକୁ ସମ୍ପୂର୍ଣ୍ଣ ନାକାବନ୍ଦୀ କରାଯିବା ଫଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହେବା ସହ ଜଣେ ଆତଙ୍କୀ ନିହତ ହୋଇଥିଲା ।

ଅନ୍ୟ ଆତଙ୍କବାଦୀଙ୍କୁ ଆବାସିକ ଘର ଭିତରକୁ ଦୌଡୁଥିବା ଦେଖି ସୁରକ୍ଷା ବାହିନୀମାନେ ଉକ୍ତ ଅଞ୍ଚଳକୁ ଖାଲି କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ପୋଲିସ କହିଛି। ଘଟଣା ପରେ ଆତଙ୍କୀମାନେ ଏନକାଉଣ୍ଟର ସ୍ଥଳରେ ଏକତ୍ରିତ ହୋଇ ବିରୋଧ କରିବା ଆରମ୍ଭ କରିଥିଲେ। ହେଲେ ପ୍ରାୟ 40 ଜଣ ଲୋକଙ୍କ ପ୍ରତିରୋଧ ସହ ପଥର ପିଙ୍ଗାର ସମ୍ମୁଖୀନ ହେବାକୁ ପଡିଥିଲା।

କିଛି ସମୟ ପରେ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ ସ୍ପ୍ରେ କରିବା ଫଳରେ ଆତଙ୍କବାଦୀମାନେ ଉକ୍ତ ଅଞ୍ଚଳ ଖାଲି କରିଦେଇଥିଲେ ଓ ଏକ ନଦୀ ନିକଟରେ ଲୁଚି ରହିଥିବା ସୂଚନା ମିଳିଥିଲା। ଅଳ୍ପ ସମୟ ମଧ୍ୟରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଦ୍ବିତୀୟ ଆତଙ୍କୀ ନିହତ ହୋଇଥିଲା।

ନିହତ ଆତଙ୍କୀ ନିକଟରୁ ଦୁଇଟି ଏକେ 47 ରାଇଫଲ, ଦୁଇଟି ପିସ୍ତଲ, ମାଗାଜିନ ଏବଂ ଦୁଇଟି ହ୍ୟାଣ୍ଡ ଗ୍ରେନେଡ ସମେତ ଅପରାଧ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । କୋଭିଡ୍ ଲକଡାଉନ୍ ସମୟରେ ପୋଲିସର ନୂଆ ନିୟମ ଭାବରେ ମାଓବାଦୀଙ୍କ ପରିଚୟ ପ୍ରକାଶ କରି ନାହିଁ।

ସୁରକ୍ଷା ବାହିନୀ ଗତ ଦୁଇ ମାସ ମଧ୍ୟରେ ଉପତ୍ୟକାରେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପ୍ରିଲ ଏବଂ ମେ ମାସରେ 44 ଜଣଙ୍କୁ ହତ୍ୟା କରିସାରିଛି । 2020 ରେ ନିହତ ହୋଇଥିବା ମୋଟ ଆତଙ୍କବାଦୀଙ୍କ ସଂଖ୍ୟା ବର୍ତ୍ତମାନ 88ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details