ଥିରୁଅନନ୍ତପୁରମ୍: ବନ୍ଦେ ଭାରତ ମିଶନ୍ ଅନ୍ତର୍ଗତ ଗଲ୍ଫ ଦେଶରୁ ଭାରତ ଅଣାଯାଇଥିବା ଭାରତୀୟଙ୍କ ମଧ୍ୟରୁ 2 ଭାରତୀୟ କୋରୋନା ପଜିଟିଭ୍ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣେ ଦୁବାଇରୁ କୋଜିକୋଡେ ଓ ଅନ୍ୟ ଜଣେ ଆବୁଧାବିରୁ କୋଚି ଆସିଥିଲେ । କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ କହିଛନ୍ତି, 2ଟି ନୂଆ ମାମଲା ଆସିବା ପରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା 505 । ଏମାନଙ୍କ ମଧ୍ୟରୁ 17ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ 485ଜଣ ସୁସ୍ଥ ହୋଇସାରିଲେଣି ।
ମଧ୍ୟପୂର୍ବରୁ 2ବିମାନ ଯୋଗେ ମେ 7ରେ କେରଳ ଏୟାରପୋର୍ଟରେ ପହଞ୍ଚିଥିଲା । ଏଥିରେ ପ୍ରାୟ 360ଜଣ ଯାତ୍ରୀ ଥିଲେ । ଏମାନେ ଆବୁଧାବୀ ଓ ଦୁବାଇରୁ ନିଜ ନିଜ ରାଜ୍ୟ ଫେରିଥିଲେ । କୋଭିଡ-19କୁ ଦୃଷ୍ଟିରେ ରଖି ଏମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ରାତି 9 ଟା 40 ମିନିଟରେ ଗୋଟେ ବିମାନ ପହଞ୍ଚିଥିବା ବେଳେ ଏଥିରେ 171 ଯାତ୍ରୀ ଥିଲେ ଓ ଅନ୍ୟ ବିମାନଟି କିଛି ସମୟ ପରେ ପହଞ୍ଚିଥିଲା ଏଥିରେ 189 ଯାତ୍ରୀ ଥିଲେ ।