ପାଟଣା: ବିହାରରେ ମାଓବାଦୀଙ୍କ ଯୋଜନା ପଣ୍ଡ । ମତଦାନ ଚାଲୁଥିବାବେଳେ ବଡ ଧରଣର ଆକ୍ରମଣର ଯୋଜନା କରୁଥିଲେ ମାଓବାଦୀ । ସିଆରପିଏଫ ଯବାନଙ୍କ ପକ୍ଷରୁ ଏହି ଅଘଟଣକୁ ଏଡାଇ ଦିଆଯାଇଛି ।
ବିହାରର ଔରଙ୍ଗବାଦ ଅଞ୍ଚଳରୁ 2ଟି ଆଇଡି ଉପକରଣକୁ ସିଆରପିଏଫ ଯବାନ ଠାବ କରିଥିଲେ । ତୁରନ୍ତ ଏହି ଉପକରଣଗୁଡିକର ନିଷ୍କ୍ରୟ କରିବାରେ ସଫଳ ହୋଇଛନ୍ତି । ଏକ କଲଭର୍ଟ ତଳେ ରଖାଯାଇଥିବା ଆଇଇଡିକୁ ପୋଲିସ ଠିକ ସମୟରେ ଉଦ୍ଧାର କରିଥିଲା ବୋଲି ଧିବ୍ରା ପୋଲିସ ଷ୍ଟେସନ ଦାୟିତ୍ବରେ ଥିବା ପ୍ରମୋଦ କୁମାର କହିଛନ୍ତି । ଗତକାଲି ରାତିରେ ଏହି ଅଞ୍ଚଳରୁ ମାଓବାଦୀଙ୍କ ଇନପୁଟ ମିଳିଥିଲା ।
ମଙ୍ଗଳବାର ମଧ୍ୟ ଗୟା ଜିଲ୍ଲାରୁ ଇମାମିଗଞ୍ଜ ଅଞ୍ଚଳରୁ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା 2ଟି ଆଇଡିକୁ ଜବତ କରି ଏହାକୁ ନିଷ୍କ୍ରିୟ କରିଥିଲେ ସୁରକ୍ଷାବଳ । ଏହା ପରେ ଚାରିଆଡେ ଆଲର୍ଡ ଜାରି କରାଯାଇଥିଲା ।