ଶ୍ରୀନଗର: ଘାଟିରେ ହୋଇଥିବା ଏନକାଉଣ୍ଟରରେ ମୃତ 2 ଆତଙ୍କବାଦୀଙ୍କ ନମୁନା କୋରୋନା ପଜିଟିଭ । ତେବେ ପଜିଟିଭ ଆସିଥିବା ଆତଙ୍କବାଦୀ 2 ଜଣ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡିଛି ।
ଗତ କିଛିଦିନ ତଳେ କୁଲଗାମର ଆରା ଅଞ୍ଚଳରେ ଏକ ଏନକାଉଣ୍ଟରରେ ଏହି ଆତଙ୍କବାଦୀ 2 ଜଣ ନିହତ ହୋଇଥିଲେ । ତେବେ ବ୍ୟବଚ୍ଛେଦ ପାଇଁ ଏମାନଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ନମୁନା ପରୀକ୍ଷା ପରେ ଦୁଇଜଣ କୋରୋନା ପଜିଟିଭ ଥିବା ଜଣାପଡିଛି ।