ଅମରାବତୀ: ବିପତ୍ତି ସମୟରେ ଯୋଦ୍ଧା ସାଜିଥିବା ଡାକ୍ତରଙ୍କୁ ମରାଣାତ୍ମକ ଆକ୍ରମଣ । ଆନ୍ଧ୍ରପ୍ରଦେଶର ବିଜୟାୱାଡ ଠାରେ 2 ଜୁନିୟର ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଦୁଇଟି ପୃଥକ ପୃଥକ ଘଟଣାରେ 4 ଜଣ ଦୁର୍ବୃତ୍ତ ଏମାନଙ୍କ ଉପରେ ଆକ୍ରମଣ କରିଛନ୍ତି।
ଶୁକ୍ରବାର ଦିନ କାର ଯୋଗେଁ ଘରକୁ ଫେରୁଥିବା ଜଣେ ଜୁନିୟରଙ୍କୁ ପ୍ରଥମେ ଆକ୍ରମଣ କରାଯାଇଥିଲା । ଏଥିରେ କାରଟି ଭାଙ୍ଗି ଯାଇଥିଲେ ମଧ୍ୟ ଡାକ୍ତର ଜଣକ ଗାଡି ଚଳାଇ ଘରେ ପହଞ୍ଚିଥିଲେ । ଏହି ଘଟଣା ଘଟିବାର ଆଉ କିଛି ସମୟରେ ପରେ ବାଇକରେ ଆସୁଥିବା ଅନ୍ୟ ଏକ ଡାକ୍ତରଙ୍କୁ ଅଟକାଇ ତାଙ୍କ ବାଇକକୁ ଜାଳି ଦେଇଥିଲେ । ଏନେଇ ପୋଲିସ ମାମଲା ରୁଜୁ କରିବା ସହ ସିସିଟିଭ ଫୁଟଜ ମାଧ୍ୟମରେ ଘଟଣାର ତଦନ୍ତ ଚଳାଇଛି ।