ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଚାଞ୍ଚଲ୍ୟ: ପୁଣି ଡ୍ରେନରୁ ମିଳିଲା 2 ମୃତଦେହ

ଗୁରୁବାର ଦିଲ୍ଲୀର ଗୋକଲପୁରୀ ଅଞ୍ଚଳରେ ପୋଲିସ 2 ଜଣଙ୍କର ମୃତଦେହ ଠାବ କରିଛି । ଜୋହରିପୁର ଏକ୍ସଟେନ୍ସନ ନିକଟସ୍ଥ ଏକ ଡ୍ରେନରୁ ଏହି ମୃତଦେହ ଉଦ୍ଧାରକ କରିଛି ପୋଲିସ । ଅଧିକ ପଢନ୍ତୁ...

By

Published : Feb 27, 2020, 12:47 PM IST

delhi violence
ଦିଲ୍ଲୀ ହିଂସା

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଗତ ରବିବାରଠାରୁ ଆରମ୍ଭ ହୋଇଥିବା ହିଂସା ଧୀରେ ଧୀରେ ଶାନ୍ତ ପଡୁଥିବା ନଜର ଆସିଛି । କିନ୍ତୁ ଅନେକ ସ୍ଥାନରେ ଏବେ ସୁଦ୍ଧା ଭୟର ବାତାବରଣ ଲାଗି ରହିଛି । ଇତି ମଧ୍ୟରେ ଗୁରୁବାର ଦିଲ୍ଲୀର ଗୋକଲପୁରୀ ଅଞ୍ଚଳରେ ପୋଲିସ 2 ଜଣଙ୍କର ମୃତଦେହ ଠାବ କରିଛି । ଜୋହରିପୁର ଏକ୍ସଟେନ୍ସନ ନିକଟସ୍ଥ ଏକ ଡ୍ରେନରୁ ଏହି ମୃତଦେହ ଉଦ୍ଧାର କରିଛି ପୋଲିସ ।

ଦିଲ୍ଲୀ ହିଂସା

ତେବେ ବର୍ତ୍ତମାନ ସୁଦ୍ଧା ମୃତଦେହର ଚିହ୍ନଟ ହୋଇପାରିନାହିଁ । ସିଆରପିଏଫ ଯବାନ ସମ୍ପୁର୍ଣ୍ଣ ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । ଏହା ପୂର୍ବରୁ ଗତକାଲି ଆଇବିର ସୁରକ୍ଷାକର୍ମୀ ଅଙ୍କିତ ଶର୍ମାଙ୍କ ମୃତଦେହ ଉତ୍ତ-ପୂର୍ବ ଦିଲ୍ଲୀର ହିଂସ୍ରାଗ୍ରସ୍ତ ଅଞ୍ଚଳ ଚାନ୍ଦବାଗରୁ ଠାବ ହୋଇଥିଲା । ସେ ଗତ ମଙ୍ଗଳବାରରୁ ନିଖୋଜ ଥିଲେ । ତେବେ ଅଙ୍କିତ ଶର୍ମା ଭିଡ ହିଂସାର ଶିକାର ହୋଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା ଘଟଣାରେ ଏବେ ସୁଦ୍ଧା 33 ଜଣ ପ୍ରାଣ ହରାଇସାରିଥିବା ବେଳେ ପ୍ରାୟ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details