ପୁନେ: ମହାରାଷ୍ଟ୍ରରେ ଭିୱାଣ୍ଡିର ଶାନ୍ତି ଅଞ୍ଚଳରେ ଏକ 4 ମହଲା କୋଠା ଭୁଶୁଡି ପଡିବାରୁ 2ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ ଅନ୍ୟ 5ଜଣ ଆହତ ହୋଇଥିବାବେଳେ, ଅନେକ ଫସି ରହିଥିବା ମଧ୍ୟ ଅନୁମାନ କରାଯାଉଛି ।
ଭୁଶୁଡିଲା କୋଠା: 2ମୃତ, 5 ଆହତ - ମହାରାଷ୍ଟ୍ରରେ ଭୁଶୁଡିଲା କୋଠା
ମହାରାଷ୍ଟ୍ରର ଭିୱାଣ୍ଡିରେ ଭୁଶୁଡି ପଡିଲା 4 ମହଲା କୋଠା । ବେଆଇନ ଭାବେ ନିର୍ମିତ ଏହି କୋଠା ଭୁଶୁଡି ଯିବାରୁ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 5 ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବେଆଇନ ଭାବେ କୋଠାଟି ନିର୍ମାଣ ହୋଇଥିବା ନେଇ ଜଣାପଡିଛି। ଏ ଘଟଣାର ତଦନ୍ତ କରୁଛି ପୋଲିସ ।