ଓଡିଶା

odisha

ETV Bharat / bharat

ନକଲି କୋରୋନା ଭ୍ୟାକସିନ ବିକ୍ରି ଅଭିଯୋଗରେ 2 ବାଂଲାଦେଶୀ ଗିରଫ

କୋରୋନାରୁ ମୁକ୍ତି ପାଇଁ ବଜାରରେ ମିଳିଛୁ ନକଲି ପ୍ରତିଷେଧକ। ଏହି ନକଲି ଔଷଧ ବିକ୍ରି ଅଭିଯୋଗରେ 2 ବାଂଲାଦେଶୀ ଗିରଫ। ଅଧିକ ଖବର ପଢନ୍ତୁ...

anti-coronavirus vaccine
ନକଲି କୋରୋନା ଭ୍ୟାକସିନ ବିକ୍ରି ଅଭିଯୋଗରେ 2 ବାଙ୍ଗଲାଦେଶୀ ଗିରଫ

By

Published : Mar 13, 2020, 4:06 PM IST

ଢାକା: କୋରୋନାରୁ ଆରୋଗ୍ୟ ପାଇଁ ବଜାରରେ ଦଲାଲ କରୁଛନ୍ତି ନକଲି ପ୍ରତିଷେଧକ ବିକ୍ରି। ଏହି ଅଭିଯୋଗରେ 2 ବାଂଲାଦେଶୀଙ୍କୁ ଶୁକ୍ରବାର ଗିରଫ କରିଛି ପୋଲିସ। ଅଭିଯୁକ୍ତ ନାଜରୁଲ ଇସଲାମ ରୁବେଲ (27) ଏହି ଭ୍ୟାକସିନ ବିଷୟରେ ମାଇକ ମାଧ୍ୟମରେ ପ୍ରଚାର ପ୍ରସାର କରୁଥିଲେ। ଗୁରୁବାର ଓ ଶୁକ୍ରବାର ପ୍ରଚାର କରି ଲୋକଙ୍କୁ ମେଡିସିନ ବିକ୍ରିର ଖବର ପାଇବା ପରେ ପୋଲିସ ଆଜି ବ୍ୟକ୍ତି ଜଣଙ୍କୁ ଗିରଫ କରିଛି।

ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ରାସେଦୁଲ ଇସଲାମ 35 ନିଜକୁ ଡାକ୍ତର କହିବା ସହ ଉକ୍ତ ଜିଲ୍ଲାରେ ଗୁରୁବାର ଅପରାହ୍ନରୁ ଚମତ୍କାରୀ ଆୟୁର୍ବେଦିକ ଭ୍ୟାକସିନ ବିକ୍ରି କରୁଥିଲା। ନକଲି ମେଡିସିନ ବିକ୍ରି ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି 2 ଅଭିଯୁକ୍ତଙ୍କୁ ଗିରଫ କରିବା ସହ 2 ବର୍ଷ ପାଇଁ ଜେଲ ପଠାଇ ଦିଆଯାଇଛି।

ଏବେ ସୁଦ୍ଧା ସାଉଥ୍ଏସିଆ(75),ପାକିସ୍ତାନ(20),ଭୁଟାନ (1), ମାଲଦ୍ବୀପ(2), ଆଫଗାନିସ୍ଥାନ(7), ନେପାଳ(1), ବାଂଲାଦେଶରେ(3 ) କୋରୋନା ଭୂତାଣୁ ଚିହ୍ନଟ କରାଯାଇଛି। କୋରୋନା ପାଇଁ ସମସ୍ତେ ସତର୍କମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏନେଇ ଥଣ୍ଡା କାଶ ଭଳି କୌଣସି ଲକ୍ଷଣ ଦେଖାଗଲେ ବ୍ୟକ୍ତିଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଉଛି।

ତେବେ ଏହିଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ସମସ୍ତେ ଏହି ମାରାତ୍ମକ ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ବଜାରରେ ଉପଲବ୍ଧ ବିଭିନ୍ନ ଔଷଧକୁ ଗ୍ରହଣ କରୁଛନ୍ତି ସାଧାରଣଲୋକେ। ଆଉ ଏହାର ଫାଇଦା ଉଠାଉଛନ୍ତି କିଛି ଦଲାଲ।

ABOUT THE AUTHOR

...view details