ଓଡିଶା

odisha

ETV Bharat / bharat

କଟକଣାକୁ ବେଖାତିର କରି କଟିଲା 1995 ଚାଲାଣ, 95 ମାମଲା ରୁଜୁ - coronavirus treatment

କୋରୋନା ପାଇଁ ଧାରା 144 ଓ ଲକଡାଉନ ଅବମାନନା କରି ଦିଲ୍ଲୀ ନୋଏଡାରେ 95 ମାମଲା ରୁଜୁ କଟିଲା 1995 ଚାଲାଣ । ଅଧିକ ଖବର ପଢନ୍ତୁ...

96 FIRs were registered in Noida
କଟକଣାକୁ ବେଖାତିର କରି କଟିଲା 1995 ଚାଲାଣ, 95 ମାମଲା ରୁଜୁ

By

Published : Mar 24, 2020, 10:23 AM IST

ନୂଆଦିଲ୍ଲୀ: କୋରୋନା ପାଇଁ କଡା କଟକଣା ହେଲେ ଏହାକୁ କିଛି ଲୋକଙ୍କ ଖାତିର ନାହିଁ । ନିଜ ବିପଦରେ ପଡିବା ସହ ଅନ୍ୟ ମାନଙ୍କୁ ମଧ୍ୟ ବିପଦରେ ପକାଉଛନ୍ତି । କୌଣସି ଜରୁରୀ କାମ ନଥାଇ ମଧ୍ୟ ବାହାରେ ବୁଲି ସମସ୍ତଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି।

ଏମିତି କିଛି ଅମାନିଆ ଲୋକଙ୍କ ବିରୋଧରେ ଦିଲ୍ଲୀର ନୋଏଡାରେ 96ଟି ମାମଲା ରୁଜୁ ହେବା ସହ 1995ଟି ବାଇକର ଚାଲାଣ କଟାଯାଇଛି। ଏମାନେ ସରକାରଙ୍କ ଲକଡାଉନ ଓ ଧାରା 144କୁ ବେଖାତିର କରି ଗାଡି ଧରି ବାହାରେ ବୁଲିବା ଅଭିଯୋଗରେ ସୋମବାର ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, କୋରୋନାର କାୟା ଦିନକୁ ଦିନ ସାରା ଦେଶକୁ କାବୁ କରିଚାଲିଛି । ଏଥିରେ ବିଶ୍ବ ଶକ୍ତିଶାଳୀ ରାଷ୍ଟ୍ରମାନେ ଉପାୟଶୂନ୍ୟ ହୋଇଗଲେଣି । ଏପଟେ ଗୋଟିଏ ଦିନରେ ପୋକ ମାଛି ପରି ଶହଶହ ଲୋକଙ୍କ ମୃତ୍ୟୁ ଅତ୍ୟନ୍ତ କଷ୍ଟଦାୟକ। ସ୍ବାସ୍ଥ୍ୟକ୍ଷେତ୍ରରେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ଥିବା ଇଟାଲୀର ରାଷ୍ଟ୍ରପତିଙ୍କ ଆଖିରେ ଲୁହ ବୟାନ କରୁଛି ସେ ବି ଏହି ଭାଇରସ ପାଖରେ ହାର ମାନିଛନ୍ତି।

ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ଭାରତ ପରି ଏକ ବିକାଶୋନ୍ମୁଖୀ ଦେଶ ବା କଣ କରିପାରିବ, ଏହାକୁ ତାର ସାଧାରଣ ଜନତା ବୁଝିବା ଦରକାର । ତେବେ ସରକାରଙ୍କ ଯେଉଁ ନିୟମ ଲାଗୁ କରିଛନ୍ତି ସମସ୍ତଙ୍କ ଭଲ ପାଇଁ ଲାଗୁ କରାଯାଇଛି । ସମସ୍ତେ ଏହାକୁ ପାଳନ କରିବା ସହ ସରକାରଙ୍କୁ ସହଯୋଗ କରିବା ନିହାତୀ ଜରୁରୀ ହୋଇପଡିଛି ।

ABOUT THE AUTHOR

...view details