ମୁମ୍ବାଇ: 1971 ମସିହାର ଭାରତ-ପାକିସ୍ତାନ ଯୁଦ୍ଧରେ ଅଦମ୍ୟ ସାହସିକତା ପ୍ରଦର୍ଶନ କରି ବୀରଚକ୍ର ହାସଲ କରିଥିବା ସ୍କାଡନ ଲିଡର ପରଭେଜ ଜାମାସଜୀଙ୍କ ଦେହାନ୍ତ ହୋଇଛି । ଏନେଇ ପରିବାର ସୂତ୍ରରୁ ପ୍ରକାଶ କରାଯାଇଛି । ମୃତ୍ୟୁବେଳକୁ ତାଙ୍କୁ 77 ବର୍ଷ ହୋଇଥିଲା।
ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ହେଲିବୋର୍ଣ୍ଣ ଅପରେସନରେ ହେଲିକପ୍ଟରର ପାଇଲଟ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଅପରେସନ ବେଳେ ପରଭେଜଙ୍କ ଗୋଡରେ ଗୁରୁତର ଆହତ ଲାଗିଥିଲା । ତେଣୁ ସେ ଆଶାବାଡି ସାହାଯ୍ୟରେ ଚାଲୁଥିଲେ । ଦାଦର ସ୍ଥିତ ପାର୍ସୀ କଲୋନୀରେ ବସବାସ କରୁଥିବା ଏହି ପୂର୍ବତନ ବାୟୁସେନା ଅଧିକାରୀ ଗୁରୁବାର ରାତିରେ ଅସୁସ୍ଥତା ଅନୁଭବ କରିବାପରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରିବାରରେ ପତ୍ନୀ, ଦୁଇ ପୁଅ, ଝିଅ ଓ ଜ୍ବାଇଁ ରହିଛନ୍ତି ।