ଲକ୍ଷ୍ନୌ : ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଥିବା ଜେଲର 191 ଅନ୍ତେବାସୀ କୋରୋନା ପଜିଟିଭ ଚିହ୍ନଟ । ସମସ୍ତ ସଂକ୍ରମିତଙ୍କୁ ବାରେକ ଆଇସୋଲେସନରେ ରଖାଯାଇଛି। ଅଗଷ୍ଟ 9ରେ ସ୍ବାସ୍ଥ୍ୟ ବିଭାଗ ଅନ୍ତେବାସୀଙ୍କ ସ୍ବାବ ସଂଗ୍ରହ କରିଥିଲା । ଯେଉଁଥିରେ 191 ଅନ୍ତେବାସୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଜେଲରେ ଏବେ 1,4000 ଜଣ ଅନ୍ତେବାସୀ ରହିଛନ୍ତି । ଏହାସହ କିଛି ବୃଦ୍ଧ ଅନ୍ତେବାସୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।
191 ଅନ୍ତେବାସୀ କୋରୋନା ପଜିଟିଭ ଚିହ୍ନଟ - 191 ଅନ୍ତେବାସୀ କୋରୋନା ପଜିଟିଭ ଚିହ୍ନଟ
191 ଅନ୍ତେବାସୀ କୋରୋନା ପଜିଟିଭ ଚିହ୍ନଟ । ବାରାକ ଆଇସୋଲେସନରେ ରହିଲେ ସଂକ୍ରମିତ। ଅଧିକ ପଢନ୍ତୁ......

191 ଅନ୍ତେବାସୀ କୋରୋନା ପଜିଟିଭ ଚିହ୍ନଟ
ସେହିପରି ବରେଲି ଜେଲରେ ଗତ ମାସରେ 56 ଅନ୍ତେବାସୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଝାନସି ଜେଲରେ 128 ଓ ବାଲିଆ ଜେଲରେ 228 ଅନ୍ତେବାସୀ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ତେବେ ଉତ୍ତରପ୍ରଦେଶରେ ମଙ୍ଗଳବାର 47878 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 76724 ଜଣ ସୁସ୍ଥ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ