ମୁମ୍ବାଇ: ନାଭି ମୁମ୍ବାଇର ନାଭା ସେଭା ପୋର୍ଟରୁ 191 କେଜିର ଡ୍ରଗ୍ସ ଜବତ ହୋଇଛି । ଏଥିରେ 2 ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଓ କଷ୍ଟମ ବିଭାଗର ମିଳିତ ଅପରେସନରେ ଏହା ଜବତ ହୋଇଛି ।
ତେବେ ଜବତ ହୋଇଥିବା ଏହି ଡ୍ରଗ୍ସର ମୂଲ୍ୟ ପ୍ରାୟ ଏକ ହଜାର କୋଟି ଟଙ୍କା ହେବ । ଏହି ଡ୍ରଗ୍ସ ଆଫଗାନସ୍ତାନରୁ ପାଇପ ଯୋଗେ ଚାଲାଣ ହେଉଥିଲା । ଯାହାକୁ ନାଭା ସେଭା ପୋର୍ଟରୁ ଜବତ କରାଯାଇଛି ।