ଶ୍ରୀନଗର: ଜାମ୍ମୁ-କାଶ୍ମୀର ବର୍ତ୍ତମାନ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଏହା ଘୋଷଣା ପରେ ସମ୍ପୂର୍ଣ୍ଣ ଜାମ୍ମୁ-କାଶ୍ମୀରରେ ୧୪୪ ଧାରା ଲାଗୁ ହୋଇଛି ଓ ଚାରିଆଡ଼େ ସୁରକ୍ଷାବଳ ମୁତୟନ ହୋଇଛନ୍ତି। ଏହା ମଧ୍ୟରେ ସାମାନ୍ୟ ହେଉଛି କାଶ୍ମୀର ସ୍ଥିତି । ସୋମବାର ଜାମ୍ମୁର 190ଟି ପ୍ରାଥମିକ ସ୍କୁଲ ପୁଣି ଥରେ ଖୋଲିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାଭାକ ମହଲରେ ଖୁସିର ବାତାବାରଣ ଖେଳିଯାଇଛି । 15 ଦିନ ସ୍କୁଲ ବନ୍ଦ ପରେ ଖୋଲିଛି ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ନିଜ ପ୍ରତିକ୍ରିୟାରେ ଖୁସି ଜାହିର କରିଛନ୍ତି ।
ଜାମ୍ମୁ- କାଶ୍ମୀରର ମୁଖ୍ୟ ଶାସନ ସଚିବ ରୋହିତ କଂସଲ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସୋମବାର ଶ୍ରୀନଗରର ୧୯୦ଟି ପ୍ରାଥମିକ ସ୍କୁଲ ଖୋଲିଛି । ଯେଉଁ ଅଞ୍ଚଳରେ ସ୍କୁଲଗୁଡ଼ିକ ଖୋଲିବ, ଏଥିରେ ଲାସଜାନ, ସାଙ୍ଗରୀ, ପନ୍ଥଚୌକ, ନୌଗାମ, ରାଜବାଗ, ଜବାହର ନଗର, ଗଗରୀବାଲ, ଧାରା, ଥିଡ, ବାଟମାଲୁ ଏବଂ ଶାଲଟେଙ୍ଗ ଆଦି ସାମିଲ ଅଛି । 190 ସ୍କୁଲ ମଧ୍ୟରୁ 95ଟି ସ୍କୁଲ ଖୋଲିଥିବା ସୂଚନା ରହିଛି ।