ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରର ସର୍ବବୃହତ ମନ୍ଦିର ସଂସଦ ଭବନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପୁରିଛି 19 ବର୍ଷ । ଆଜକୁ 19 ବର୍ଷ ପୂର୍ବେ ଦେଶର ରାଜଧାନୀ ଦିଲ୍ଲୀର ଛାତି ଉପରେ ଛିଡା ହୋଇ ବନ୍ଧୁକ ମୁନରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । 13 ଡିସେମ୍ବର 2001 ସକାଳରେ ଗଣତନ୍ତ୍ରର ମନ୍ଦିର ଆକାଶରେ ଘୋଟିଯାଇଥିବା ଆତଙ୍କବାଦର କଳା ବାଦଲ ।
ସଂସଦ ଭବନ ଆକ୍ରମଣକୁ ପୁରଲା 19 ବର୍ଷ, ଶହୀଦଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ଧଳା ରଙ୍ଗର ଆମ୍ବାସଡର କାର ଯୋଗେଁ ସଂସଦ ଭବନ ଭିତରେ ପ୍ରବେଶ କରିଥିଲେ ଆତଙ୍କବାଦୀ । ହେଲେ ଗଣତନ୍ତ୍ରର ଏହି ମନ୍ଦିରକୁ ଅପବିତ୍ର କରିବା ପୂର୍ବରୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଥିଲେ ଏମାନେ । ଲଶ୍କର୍-ଏ-ତୈବା ଏବଂ ଜୈଶ୍-ଏ-ମହମ୍ମଦର ୫ ଆତ୍ମଘାତୀ ଆତଙ୍କବାଦୀ ରଚିଥିଲେ ଏହି ଭୀରୁତାପୂର୍ଣ୍ଣ କାଣ୍ଡ ।
ଆକ୍ରମଣ ସମୟରେ ଗୃହ ମୁଲତବୀ ଥିଲେ ମଧ୍ୟ କେତେକ ସାଂସଦ ଏବଂ କର୍ମଚାରୀ ସଂସଦରେ ଉପସ୍ଥିତ ଥିଲେ। ସଂସଦଭବନର ସୁରକ୍ଷା ପାଇଁ ବୀରତ୍ବର ସହ ଆତଙ୍କବାଦୀଙ୍କ ମୁକାବିଲା ସମୟରେ ଶହୀଦ ହୋଇଯାଇଥିଲେ ଦିଲ୍ଲୀ ପୋଲିସର ୫ ଜଣ ସୁରକ୍ଷା କର୍ମଚାରୀ, ସିଆର୍ପିଏଫ୍ର ଜଣେ ମହିଳା କନେଷ୍ଟବଳ ଏବଂ ସଂସଦ ‘ଓ୍ଵାଚ୍ ଆଣ୍ଡ୍ ଓ୍ଵାର୍ଡ’ ସେକ୍ସନ୍ର ଦୁଇଜଣ ସୁରକ୍ଷାକର୍ମୀ। ଏହାସହ ଜଣେ ଜଣେ ମାଳୀ ଓ ଜଣେ ଫଟୋସାମ୍ବାଦିକ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ।
ଘଟଣାକୁ 19 ବର୍ଷ ବିତିଯାଇଥିବାବେଳେ ସୁରକ୍ଷାକର୍ମୀଙ୍କ ବଳିଦାନକୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ଆତଙ୍କବାଦୀଙ୍କ ଭୀରୂତାପୂର୍ଣ୍ଣ କାର୍ଯ୍ୟକୁ କେବେ ହେଲେ ଭୁଲିବୁ ନାହିଁ । ଆମ ସଂସଦ ଭବନର ସୁରକ୍ଷା ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଥିଲେ, ସେମାନଙ୍କ ଟିକଟରେ ଆମେ ଚୀରଋଣି । ସେହିପରି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ଶହୀଦଙ୍କୁ ସ୍ମରଣ କରିଛନ୍ତି ।