ଜୟପୁର: ରାଜସ୍ଥାନରେ ଜାରି ରହିଥିବା କ୍ଷମତା ଲଢେଇ ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାମ୍ପରେ ନାହାଁନ୍ତି 19 ଦଳୀୟ ବିଧାୟକ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଲାଗି ରହିଥିବା ରାଜସ୍ଥାନ ସିଂହାସନର ଯୁଦ୍ଧରେ ସଚିନଙ୍କୁ ମିଶାଇ 19 ଜଣ ବିଧାୟକ ଅଶୋକଙ୍କ କ୍ୟାମ୍ପରେ ସାମିଲ ନଥିବା ସୂଚନା ମିଳିଛି ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ପରେ ସମସ୍ତ ବିଧାୟକ ଏକ ହୋଟେଲରେ ରହିଥିବାବେଳେ ଏଥିରେ 19 ବିଧାୟକ ନଥିବା ସୂଚନା ମିଳିଛି । ଏମାନେ ସଚିନଙ୍କ ସହିତ ରହିଥିବା କୁହାଯାଉଛି ।
ଜାଣନ୍ତୁ କିଏ ସେହି ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପରେ ନଥିବା 19 ବିଧାୟକ
- ସଚିନ ପାଇଲଟ
- ମୁରାରୀ ଲାଲ ମୀନା
- ଜିଆର ଖଟାନା
- ଇନ୍ଦ୍ରାଜ ଗୁର୍ଜର
- ଗଜେନ୍ଦ୍ର ସିଂ ଶେଖାୱତ
- ହରିଶ ମୀନା
- ଦିପେନ୍ଦ୍ର ସିଂ ଶେଖାୱତ
- ଭୱର ଲାଲ ଶର୍ମା
- ଗଜରାଜ ଖଟାନା
- ବିଜେନ୍ଦ୍ର ଓଲା
- ହେମାରାମ ଚୌଧୁରୀ
- ପି ଆର ମୀନା
- ରମେଶ ମୀନା
- ବିଶ୍ବଭେନ୍ଦ୍ର ସିଂହ
- ମୁକେଶ ଭାକର
- ସୁରେଶ ମୋଦି
- ଅମର ସିଂ
- ବେଦ ସୌଲଙ୍କି
- ରାକେଶ ପାରିକ
ଏମାନଙ୍କ ବାଦ 3 ସ୍ବାଧୀନ ବିଧାୟକ ମଧ୍ୟ ସରକାରଙ୍କ ଉପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ସୁରେଶ ଟାଙ୍କ, ସୁଖବୀର ସିଂହ ଜୋଜାବର ଓ ଓମପ୍ରକାଶ ହୁଡଲା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପରେ ସାମିଲ ନାହାଁନ୍ତି । ଅନ୍ୟପଟେ ଆଜି ପୁଣି କଂଗ୍ରେସ ବିଧାୟକ ଦଳ ବୈଠକ ବସୁଛି । ଯେଉଁଥିରେ ଏମାନେ ସାମିଲ ନହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।