ଓଡିଶା

odisha

ସଂସଦ ଆକ୍ରମଣକୁ 18 ବର୍ଷ, ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପାର୍ଲିଆମେଣ୍ଟ ଆକ୍ରମଣକୁ 18 ବର୍ଷ । ସଂସଦକୁ ବଞ୍ଚାଇବାକୁ ଯାଇ ଶହୀଦ ହୋଇଥିଲେ ଅନେକ । ଯାହାଙ୍କ ସ୍ମୃତିରେ ଆଜି ସାରା ଦେଶ ଶ୍ରଦ୍ଧାଞ୍ଜଳୀ ଜଣାଇଛି ।

By

Published : Dec 13, 2019, 5:25 PM IST

Published : Dec 13, 2019, 5:25 PM IST

Parliament terrorist attack
ପାର୍ଲିଆମେଣ୍ଟ ଆଟାକ୍କୁ‌ 18ବର୍ଷ

ନୂଆଦିଲ୍ଲୀ: ସେଦିନ ଥିଲା 2001 ମସିହା 13 ଡିସେମ୍ବର । ସମୟ ଥିଲା ଦିନ 11ଟା 40 । ଥରି ଉଠିଥିଲା ଗଣତନ୍ତ୍ରର ମନ୍ଦିର ସଂସଦ ଭବନ । ଟଳି ପଡିଥିଲେ ଜଣେ ପରେ ଜଣେ ସୁରକ୍ଷାକର୍ମୀ । ଆଜି ସେହି ପାର୍ଲିଆମେଣ୍ଟ ଆଟାକକୁ 18ବର୍ଷ ପୁରିଛି । ସେପଟେ, ଆଜିର ଏହି ଦିନକୁ ମନେ ପକାଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରିଛନ୍ତି କହିଛନ୍ତି, ଯେଉଁମାନେ ପାର୍ଲିଆମେଣ୍ଟକୁ ବଞ୍ଚାଇବାକୁ ଯାଇ ନିଜ ଜୀବନର ଜଳାଞ୍ଜଳି ଦେଇଛନ୍ତି ତାଙ୍କୁ ଆଜି ଦେଶ ସଲାମ କରୁଛି । ଏଥିସହ ସେ କହିଛନ୍ତି, ଆତଙ୍କବାଦ ହଟାଇବାକୁ ତଥା ଶେଷ କରିବାକୁ ଆମେ ସବୁବେଳେ ସଂକଳ୍ପବଦ୍ଧ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦଙ୍କ ସହିତ ମିଶି ଯବାନଙ୍କ ଫଟୋ ନିକଟରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏଥିସହ ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଏଥିସହ ଅନ୍ୟାନ୍ୟ ସାଂସଦମାନ ମଧ୍ୟ 13 ଡିସେମ୍ବରକୁ ମନେ ପକାଇ ଶହୀଦଙ୍କ ନିକଟରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

2001 ଆଜିର ଦିନ । ସଂସଦରେ ଶୀତ ଅଧିବେଶନ ଚାଲୁଥିବାବେଳେ ଏକ ଆମ୍ବାସାଡର କାରରେ ଆସିଥିଲେ 5 ଜଣ ଆତଙ୍କବାଦୀ । ପାର୍ଲିଆମେଣ୍ଟ ପରିସରକୁ ପଶିଆସି 45 ମିନିଟ ଧରି ଅକର୍ତିକ ଗୁଳିମାଡ କରିଥିଲେ । ଏହି ଆକ୍ରମଣ ପଛରେ ଆତଙ୍କୀ ସଙ୍ଗଠନ ଲସ୍କର-ତୋଏବା ଓ ଜୈଶ-ଏ-ମହମ୍ମଦ ସାମିଲ ଥିବାବେଳେ ମାଷ୍ଟର ମାଇଣ୍ଡ ଥିଲା ଅଫଜଲ ଗୁରୁ । ଏହି ହମଲାରେ 14ଜଣ ପ୍ରାଣ ହରାଇଥିଲେ । ତେବେ ଏହି ଆକ୍ରମଣ ପଛରେ ଥିବା ମାଷ୍ଟରମାଇଣ୍ଡ ଅଫଜଲ ଗୁରୁକୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି ।

ABOUT THE AUTHOR

...view details