ଓଡିଶା

odisha

ETV Bharat / bharat

କୋରୋନା କବଳରେ ମହାରାଷ୍ଟ୍ର ପୋଲିସ; ଗୋଟିଏ ଦିନରେ 184 ଆକ୍ରାନ୍ତ, 4 ମୃତ - କୋରୋନା କବଳରେ ମହାରାଷ୍ଟ୍ର ପୋଲିସ

ରାଜ୍ୟରେ କୋରୋନା ଦ୍ବାରା ବର୍ତ୍ତମାନ ମୋଟ 19 ହଜାର 74 ଜଣ ପୋଲିସକର୍ମୀ ଆକ୍ରାନ୍ତ ହୋଇଥିବାବେଳେ, ଏଥିରେ 190 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କୋରୋନା କବଳରେ ମହାରାଷ୍ଟ୍ର ପୋଲିସ; ଗୋଟିଏ ଦିନରେ 184 ଆକ୍ରାନ୍ତ, 4 ମୃତ
କୋରୋନା କବଳରେ ମହାରାଷ୍ଟ୍ର ପୋଲିସ; ଗୋଟିଏ ଦିନରେ 184 ଆକ୍ରାନ୍ତ, 4 ମୃତ

By

Published : Sep 13, 2020, 12:55 PM IST

ମୁମ୍ବାଇ: ଦେଶରେ ଭୟଙ୍କର ରୂପ ନେଇଥିବା କୋରୋନା ସଂକ୍ରମଣ ଦ୍ବାରା ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ରହିଛି । ଯେଉଁଠାରେ ବର୍ତ୍ତମାନ 10 ଲକ୍ଷ ପାର କରିଛି ସଂକ୍ରମଣ ସଂଖ୍ୟା । ତେବେ ରାଜ୍ୟରେ ଜନସାଧାରଣଙ୍କ ସମେତ ଦିନରାତି କାର୍ଯ୍ୟରତ ଥିବା କୋରୋନା ଯୋଦ୍ଧା ମାନେ ମଧ୍ୟ ପୀଡିତ ହେଉଛନ୍ତି । ସବୁଠୁ ଆଗ ଧାଡିରେ ରହିଛନ୍ତି ପୋଲିସ ଓ ସ୍ବାସ୍ଥ୍ୟକର୍ମୀ ।

ମହାରାଷ୍ଟ୍ର ପୋଲିସ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 184 ଜଣ ପୋଲିସ କୋରୋନା ସଂକ୍ରମଣ ହୋଇଥିବାବେଳେ, ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କୋରୋନାରେ 19 ହଜାର 74 ଜଣ ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଥିବାବେଳେ, ଏଥିରେ 190 ଜଣଙ୍କର ମୃତ୍ୟୁ ହୋଇଛି । 15,156 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ବର୍ତ୍ତମାନ 3 ହଜାର 728 ଜଣ ଚିକିତ୍ସାଧୀନ ଅଛନ୍ତି ।

ବର୍ତ୍ତମାନ ରାଜ୍ୟରେ 10 ଲକ୍ଷ 37 ହଜାର 765 ଜଣ ଆକ୍ରାନ୍ତ ଥିବାବେଳେ, ଏଥିରେ 2 ଲକ୍ଷ 79 ହଜାର 768 ଜଣ ଚିକିତ୍ସାଧୀନ ଅଛନ୍ତି । 7 ଲକ୍ଷ 28 ହଜାର 512ଜଣ ସୁସ୍ଥ ହୋଇଛନ୍ତି । ତେବେ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ 29 ହଜାର 115 ଜଣଙ୍କର ମୃତ୍ୟୁ ହୋଇଛି । ମୋଟ 51.6 ଲକ୍ଷ କୋଭିଡ ଟେଷ୍ଟ ସରିଛି ।

ABOUT THE AUTHOR

...view details