ଓଡିଶା

odisha

ETV Bharat / bharat

ଜୁନ 19ରେ 7 ରାଜ୍ୟର 18 ଆସନରେ ରାଜ୍ୟସଭା ନିର୍ବାଚନ - ନିର୍ବାଚନ ଆୟୋଗ

ଚଳିତ ମାସ 19 ତାରିଖରେ ରାଜ୍ୟସଭାର 18 ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ଏହି ସୂଚନା ଦେଇଛନ୍ତି । ରାଜ୍ୟସଭା ନିର୍ବାଚନ 7 ଟି ରାଜ୍ୟରେ 18 ଟି ଆସନରେ ଅନୁଷ୍ଠିତ ହେବ । ସୋମବାର ଏକ ସମୀକ୍ଷା ବୈଠକ ପରେ ନିର୍ବାଚନ ଆୟୋଗ ଏହି ସୂଚନା ଦେଇଛନ୍ତି ।

ରାଜ୍ୟସଭା ନିର୍ବାଚନ
ରାଜ୍ୟସଭା ନିର୍ବାଚନ

By

Published : Jun 1, 2020, 7:40 PM IST

Updated : Jun 1, 2020, 7:56 PM IST

ନୂଆଦିଲ୍ଲୀ: ଚଳିତ ମାସ 19 ତାରିଖରେ ରାଜ୍ୟସଭାର 18 ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ଏହି ସୂଚନା ଦେଇଛନ୍ତି । ରାଜ୍ୟସଭା ନିର୍ବାଚନ 7 ଟି ରାଜ୍ୟରେ 18 ଟି ଆସନରେ ଅନୁଷ୍ଠିତ ହେବ । ସୋମବାର ଏକ ସମୀକ୍ଷା ବୈଠକ ପରେ ନିର୍ବାଚନ ଆୟୋଗ ଏହି ସୂଚନା ଦେଇଛନ୍ତି ।

ନିର୍ବାଚନ ଆୟୋଗ କହିଛନ୍ତି ଯେ କୋରୋନାଭାଇରସ୍ ମହାମାରୀ କାଳରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ନେଇ ପରିସ୍ଥିତିର ସମୀକ୍ଷା କରି ଏହି ସୂଚନା ଜାରି କରଯାଇଛି । ପୂର୍ବରୁ ମାର୍ଚ୍ଚ 26 ରେ ନିର୍ବାଚନ ହେବାକୁ ସ୍ଥିର କରାଯାଇଥିଲା ।

ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେତୁ ଏପ୍ରିଲରେ 55 ଟି ସିଟ୍ ଖାଲି ପଡିଥିବା ବେଳେ 10 ଟି ରାଜ୍ୟରୁ 37 ଟି ସିଟ୍ ନିର୍ବିରୋଧରେ ପୂରଣ ହୋଇଥିଲା।

ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ ଏବଂ ରାଜସ୍ଥାନରୁ 18 ଟି ଆସନ ପାଇଁ ଦ୍ବିବାର୍ଷିକ ନିର୍ବାଚନ ମାର୍ଚ୍ଚ 26 ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ମାର୍ଚ୍ଚ 24 ରେ ଦେଶବ୍ୟାପୀ ଲକଡାଉନ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏପ୍ରିଲ୍ 14, ମେ 3 ଏବଂ ମେ 17 ବାରମ୍ବାର ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇଥିଲା । ଶେଷରେ ଏବେ ନିଷ୍ପତ୍ତି କ୍ରମେ ଜୁନ 19ରେ ନିର୍ବାଚନ ଅନୁଷ୍ଠିତ ହେବ ।

ଜୁନ୍ 19 ରେ ସକାଳ 09:00 ରୁ 04:00 ମଧ୍ୟରେ ଭୋଟ୍ ଦିଆଯିବ, ସେହି ଦିନ ଅପରାହ୍ନ 5 ଟାରୁ ଗଣନା କରାଯିବ। ଜୁନ୍ 22 ସୁଦ୍ଧା ଫଳାଫଳ ଘୋଷଣା କରାଯିବ । ଯେଉଁ ଆସନ ନିର୍ବାଚନ ହେବାକୁ ଯାଉଛି ତାହା ଆନ୍ଧ୍ରପ୍ରଦେଶ( 4ଟି ଆସନ), ଗୁଜରାଟ (4ଟି ଆସନ),ଝାଡଖଣ୍ଡ (2ଟି ଆସନ), ମଧ୍ୟପ୍ରଦେଶ (3ଟି ଆସନ), ମଣିପୁର (1ଟି ଆସନ), ମେଘାଳୟ (1ଟି ଆସନ) ଏବଂ ରାଜସ୍ଥାନ (3ଟି ଆସନ) ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ନିର୍ବାଚନ ପରିଚାଳନା ପାଇଁ ବ୍ୟବସ୍ଥା କରିବାବେଳେ ମୁଖ୍ୟ ସଚିବମାନେ ରାଜ୍ୟରୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରିବେ ବୋଲି କମିଶନ ନିଷ୍ପତ୍ତି ନେଇଛନ୍ତି । ଏଥିସହ କମିଶନ ସମ୍ପୃକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସମ୍ପୃକ୍ତ ରାଜ୍ୟରେ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି ବୋଲି ଏଥିରେ କୁହାଯାଇଛି।

Last Updated : Jun 1, 2020, 7:56 PM IST

ABOUT THE AUTHOR

...view details