କୋଲକାତା: କ୍ବାରେଣ୍ଟାଇନକୁ ଗଲେ 177 ତବଲୀଗ ଜମାତ୍ ଲୋକ । ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ଯୋଗ ଦେଇଥିବା 177 ଲୋକଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି ।
କ୍ବାରେଣ୍ଟାଇନକୁ ଗଲେ 177 ନିଜାମୁଦ୍ଦିନ ମରକଜ ଫେରନ୍ତା: ମମତା ବାନାର୍ଜୀ - ପଶ୍ଚିମବଙ୍ଗ ନ୍ୟୁଜ
ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ଯୋଗ ଦେଇଥିବା 177 ଲୋକଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି ।
କ୍ବାରେଣ୍ଟାଇନକୁ ଗଲେ 177 ନିଜାମୁଦ୍ଦିନ ମରକଜ ଫେରନ୍ତା
ଏଥିସହ ସେ କହିଛନ୍ତି, 108 ଜଣ ଯେଉଁମାନେ ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ଯୋଗ ଦେବାପାଇଁ ବିଭିନ୍ନ ଦେଶରୁ ଆସିଥିଲେ ଆମେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖିଛୁ | ଏଥିସହ ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ଯୋଗ ଦେଇଥିବା ପଶ୍ଚିମବଙ୍ଗର 69 ଜଣଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରଖାଯାଇଛି ବୋଲି ମମତା ବାନାର୍ଜୀ କହିଛନ୍ତି ।
ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗରେ 103 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 16 ଆକ୍ରାନ୍ତ ସୁସ୍ଥ ଅଛନ୍ତି । ଏଥିସହ 5 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।