ଓଡିଶା

odisha

ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦ୍ବାରା ନିୟୋଜିତ ହେବେ 1.75 ଲକ୍ଷ ସ୍ବାସ୍ଥ୍ୟ କର୍ମଚାରୀ

By

Published : Apr 14, 2020, 9:05 PM IST

ଦେଶରେ କୋରୋନା ମୁକାବିଲାରେ ସହାୟତା ଉଦ୍ଦେଶ୍ୟରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (MSDE) ପକ୍ଷରୁ ବିଭିନ୍ନ ରାଜ୍ୟରେ ଥିବା 1,75,000 ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିୟୋଜିତ ଦିଆଯିବ । ସେଥିପାଇଁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମ୍ପର୍କ ବିବରଣୀ ତଥ୍ୟ ମନ୍ତ୍ରଣାଳୟ ଦ୍ବାରା ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି। ଅଧିକ ପଢନ୍ତୁ...

1,75,000 health professionals trained under MSDE Skill ecosystem provided to States
ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦ୍ବାରା ନିୟୋଜିତ ହେବେ 1.75 ଲକ୍ଷ ସ୍ବାସ୍ଥ୍ୟ କର୍ମଚାରୀ

ନୂଆଦିଲ୍ଲୀ: ଦେଶରେ କୋରୋନା ମୁକାବିଲାରେ ସହାୟତା ଉଦ୍ଦେଶ୍ୟରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (MSDE) ପକ୍ଷରୁ ବିଭିନ୍ନ ରାଜ୍ୟରେ ଥିବା 1,75,000 ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିୟୋଜିତ ଦିଆଯିବ । ସେଥିପାଇଁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମ୍ପର୍କିତ ସମସ୍ତ ବିବରଣୀ ତଥ୍ୟ ମନ୍ତ୍ରଣାଳୟ ଦ୍ବାରା ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି।

ଏମଏସଡିଇ ସ୍କିଲ ଇକୋସିଷ୍ଟମ ଅଧୀନରେ ତାଲିମ ପ୍ରାପ୍ତ ଏହି ବୃତ୍ତିଗତ କର୍ମଚାରୀମାନେ ସ୍ବାସ୍ଥ୍ୟ କର୍ମୀ, ଜରୁରୀକାଳୀନ ମେଡିକାଲ ଟେକ୍ନିସିଆନ, ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ, ଫ୍ଲିବୋଟୋମି ଟେକ୍ନିସିଆନ, ହୋମ ହେଲଥ ଏଡ ଟେକ୍ନିସିଆନ ଆଦି । ଏହି କର୍ମଚାରୀ ମାନେ ବିଭିନ୍ନ ରାଜ୍ୟର କ୍ବାରେନଣ୍ଟାଇନ ଓ ଆଇସୋଲେସନ ୱାର୍ଡରେ କାର୍ଯ୍ୟ କରିବେ ।

ଜାତୀୟ ଦକ୍ଷତା ବିକାଶ ନିଗମ (NSDC) ପ୍ରତ୍ୟେକ ରାଜ୍ୟରେ ନୋଡାଲ ଅଧିକାରୀ ନିଯୁକ୍ତ କରିଛନ୍ତି । ଆବଶ୍ୟକତା ଅନୁଯାୟୀ କର୍ମଚାରୀମାନଙ୍କୁ ନିୟୋଜିତ କରିବା ପାଇଁ ସେମାନେ ରାଜ୍ୟ ପ୍ରଶାସନ ସହିତ ଯୋଗାଯୋଗ କରୁଛନ୍ତି ।

ସମସ୍ତ ମୁଖ୍ୟ ସଚିବମାନଙ୍କୁ କ୍ବାରେନଣ୍ଟାଇନ ସେଣ୍ଟର, ୱାର୍ଡ ଓ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଉଦ୍ଦେଶ୍ୟରେ ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (NSTIs) ଭଳି 33 ଫିଲ୍ଡ ଇନଷ୍ଟିଚ୍ୟୁଟ୍ ଗୁଡିକର ସୁବିଧା ବ୍ୟବହାର କରିବାକୁ କୁହାଯାଇଛି। ଏହା ବ୍ୟତୀତ ଆଇଟିଆଇରେ ଉପଲବ୍ଧ ସୁବିଧାଗୁଡ଼ିକୁ ମଧ୍ୟ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ପାନିପଥ, ଥିରୁଅନନ୍ତପୁରମ, ଖଲିକୋଟ୍, ଲୁଧିଆନା, ଡେରାଡୁନ ଆଦି ସ୍ଥାନରେ କ୍ବାରେନଣ୍ଟାଇନ ୱାର୍ଡ ପାଇଁ ରାଜ୍ୟଗୁଡିକ NSTI ବ୍ୟବହାର କରିବା ଆରମ୍ଭ କରିସାରିଛନ୍ତି । ITI ଏବଂ NSTI ବ୍ୟତୀତ ଓଡିଶାର 38 ପଲିଟେକ୍ନିକ ଓ ବିଭିନ୍ନ କଲେଜକୁ କ୍ବାରେନଣ୍ଟାଇନ ୱାର୍ଡ ଭାବରେ ବ୍ୟବହାର କରାଯାଉଛି ।

ଚଳିତ ବର୍ଷ ଜାନୁଆରୀରେ ଜିଲ୍ଲା ଓ ଜିଲ୍ଲା ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ମାସ୍କ ପ୍ରସ୍ତୁତି ପାଇଁ MSDE ଜନଶିକ୍ଷଣ ସଂସ୍ଥାନ (JSS)କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ପର୍ଯ୍ୟନ୍ତ 17ଟି ରାଜ୍ୟର 99ଟି ଜିଲ୍ଲାରେ ଥିବା 101ଟି JSS ବର୍ତ୍ତମାନ ପର୍ଯ୍ୟନ୍ତ 5 ଲକ୍ଷ ମାସ୍କ ପ୍ରସ୍ତୁତ କରିଛି ।

NSTI ଲୁଧିଆନା ଏକ ଏରୋବ୍ଲାଷ୍ଟର ମେସିନ୍ ପ୍ରସ୍ତୁତ କରି ସହରକୁ ପରିମଳ ପାଇଁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ଡ. ଆମ୍ବେଦକର ମେମୋରିଆଲ ଆଇଟିଆଇ (ପୁଣେ କ୍ୟାଣ୍ଟନମେଣ୍ଟ ବୋର୍ଡ, ମହାରାଷ୍ଟ୍ର ଦ୍ବାରା ପରିଚାଳିତ) 6ଟି ‘କୋରୋନା ଡିସଇମ୍ପେକ୍ସନ ଚାମ୍ବର’ ପ୍ରସ୍ତୁତ କରିଛି । ଜେହନାବାଦର ଅରୁଣ ପ୍ରତିମା ପାଠକ ମେମୋରିଆଲ ପିଭିଟି ଆଇଟିଆଇ ‘ପବ୍ଲିକ ଟନେଲ ସାନିଟାଇଜର ମେସିନ’ ତିଆରି କରିଛି ଯାହାକି ଜେହନାବାଦର ଜିଲ୍ଲା ସରକାରୀ ଡାକ୍ତରଖାନାରେ ସ୍ଥାପିତ ହୋଇଛି ।

ଅନ୍ୟପକ୍ଷରେ MSDE ପିଏମ କେୟାର୍ସ ପାଣ୍ଠିକୁ କର୍ମଚାରୀ ମାନଙ୍କ ଗୋଟିଏ ଦିନର ଦରମା ପ୍ରଦାନ କରିଛି । ଜାତୀୟ ଦକ୍ଷତା ବିକାଶ ପରିଷଦ, ସେକ୍ଟର ସ୍କିଲ୍ କାଉନସିଲ୍ ଏବଂ ଟ୍ରେନିଂ ପ୍ରଦାନକାରୀଙ୍କୁ ସିଏସଆର ପାଣ୍ଠି ମାଧ୍ୟମରେ ସହଯୋଗ କରିବାକୁ MSDE ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

@ANI

ABOUT THE AUTHOR

...view details