ଓଡିଶା

odisha

ETV Bharat / bharat

ଦେଶରେ 24 ଘଣ୍ଟାରେ 170560 କୋରୋନା ନମୁନା ପରୀକ୍ଷା କରାଯାଇଛି - india corona update

ରବିବାର ସୁଦ୍ଧା ଦେଶରେ 83 ଲକ୍ଷ 98 ହଜାର 362ଟି କୋରୋନା ନମୁନା ପରୀକ୍ଷା କରାଯାଇଥିବା ସୂଚନା ଦେଇଛି ଆଇସିଏମଆର । ଅଧିକ ପଢନ୍ତୁ...

ଦେଶରେ 24 ଘଣ୍ଟାରେ 170560 କୋରୋନା ନମୁନା ପରୀକ୍ଷା କରାଯାଇଛି
ଦେଶରେ 24 ଘଣ୍ଟାରେ 170560 କୋରୋନା ନମୁନା ପରୀକ୍ଷା କରାଯାଇଛି

By

Published : Jun 29, 2020, 10:34 AM IST

ନୂଆଦିଲ୍ଲୀ: ଭାରତରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ ଦେଶରେ 5 ଲକ୍ଷ ପାର କରିଛି ଏହି ସଂଖ୍ୟା । ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ସେହି ପରିମାଣରେ କୋରୋନା ଟେଷ୍ଟ ମଧ୍ୟ କରାଯାଉଛି ।

ଗତ 24 ଦେଶରେ 1 ଲକ୍ଷ 70 ହଜାର 560ଟି ନମୁନା ପରୀକ୍ଷା କରାଯାଇଛି । ତେବେ ଜୁନ 28 ସୁଦ୍ଧା ଭାରତରେ 83 ଲକ୍ଷ 98 ହଜାର 362ଟି ନମୁନା ପରୀକ୍ଷା ସରିଥିବା ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ।

କୋରୋନା ବୃଦ୍ଧିକୁ ନଜରରେ ରଖି ଦେଶରେ ପୁଣି ଥରେ ଲକଡାଉନ ବୃଦ୍ଧି ନେଇ ଆଶଙ୍କା ଥିବାବେଳେ କେତେ ଗୁଡିଏ ରାଜ୍ୟରେ ଲକଡାଉନ ଅବଦ୍ଧିକୁ ବୃଦ୍ଧି କରିବା ସହ ଏହାର ନିୟମକୁ କଡାକଡି କରାଯାଇଛି ।

ତେବେ ଦେଶରେ ବର୍ତ୍ତମାନ ମୋଟ 5 ଲକ୍ଷ 48 ହଜାର 318ଟି କୋରୋନା ମାମଲା ରହିଥିବାବେଳେ ଏଥିରେ 16 ହଜାର 475ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି 3 ଲକ୍ଷ 21 ହଜାର 723 ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ସମୁଦାୟ 2 ଲକ୍ଷ 10 ହଜାର 120ଟି ମାମଲା ସକ୍ରିୟ ରହିଛି ।

ABOUT THE AUTHOR

...view details