ନୂଆଦିଲ୍ଲୀ: କୋରୋନା ମହାମାରୀ କାରଣରୁ ଗତ 2 ମାସ ଧରି ଲକଡାଉନ୍ ଚାଲିଛି। ଏହା ପରେ କମ୍ପାନୀଗୁଡିକରେ ମଧ୍ୟ ଆର୍ଥିକ ସଙ୍କଟ ହେତୁ ଲୋକଙ୍କ ଚାକିରୀରୁ ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ଥିବା ଏକ କମ୍ପାନୀର କର୍ମଚାରୀ କହିଛନ୍ତି ଯେ କମ୍ପାନୀ ପ୍ରାୟ 170 ଜଣଙ୍କୁ ବିନା ନୋଟିସରେ ଚାକିରୀରୁ ବରଖାସ୍ତ କରିଛି। କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା, କିନ୍ତୁ କେହି ଶୁଣିନଥିଲେ ଓ କିଛି ନ ଜଣାଇ ତାଙ୍କୁ ବରଖାସ୍ତ କରାଯାଇଥିଲା।
କିଛି ଶୁଣିଲେନି, ବିନା ନୋଟିସରେ 170 ପ୍ରାଇଭେଟ କର୍ମଚାରୀଙ୍କୁ ବରଖାସ୍ତ - ପ୍ରାଇଭେଟ କମ୍ପାନୀର 170 କର୍ମଚାରୀଙ୍କୁ ବରଖାସ୍ତ
ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ଥିବା ଏକ କମ୍ପାନୀର କର୍ମଚାରୀ କହିଛନ୍ତି ଯେ କମ୍ପାନୀ ପ୍ରାୟ 170 ଜଣଙ୍କୁ ବିନା ନୋଟିସରେ ଚାକିରୀରୁ ବରଖାସ୍ତ କରିଛି।
କୋରୋନା କାରଣରୁ ଆର୍ଥିକ ଅବନତିର ପ୍ରଭାବ ଦେଖିବାକୁ ମିଳୁଛି। ବେକାରୀ ସମସ୍ୟା ହେତୁ ବହୁ ସଂଖ୍ୟକ ଲୋକ ନିଜ ଘରକୁ ଫେରୁଛନ୍ତି। ଜାହାଙ୍ଗିରପୁରୀରେ ୱନଏମି ଜୀ ନାମକ ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବା ନେଇ ଅଭିଯୋଗ ହୋଇଛି ।
କର୍ମଚାରୀମାନେ କହିଛନ୍ତି ଯେ କମ୍ପାନୀ ସେମାନଙ୍କୁ କୌଣସି ପ୍ରକାରର ନୋଟିସ ମଧ୍ୟ ଦେଇ ନାହିଁ। ବହିଷ୍କୃତ ଶ୍ରମିକ କହିଛନ୍ତି ଯେ କିଛି ଦିନ ପୂର୍ବରୁ କମ୍ପାନୀ ସହ ଜଡିତ ଜଣେ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିଲେ। ଏଭଳି ପରିସ୍ଥିତିରେ ମ୍ୟାନେଜମେଣ୍ଟ କର୍ମଚାରୀମାନଙ୍କୁ 7 ଦିନ ଘରେ ରହିବାକୁ କହିଥିଲେ । କିଛି ଜଣଙ୍କର କୋରୋନା ପରୀକ୍ଷା କରାଯାଇଥିଲା କିନ୍ତୁ 170ଜଣଙ୍କ ପରୀକ୍ଷା କରାଯାଇନଥିଲା ଓ ସେମାନଙ୍କୁ କମ୍ପାନୀରୁ ବାହାର କରାଯାଇଥିଲା ।