ଚେନ୍ନାଇ: ବିଭିନ୍ନ ଦାବି ନେଇ ତାମିଲନାଡ଼ୁରେ ଏକସଂଗେ 17 ହଜାର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ରାଜ୍ୟରେ ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ସେପଟେ ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି ।
ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏନେଇ ଦ୍ରାବିଡ଼ ମୁନେତ୍ର କଡଗମ(ଡିଏମକେ) ଅଧ୍ୟକ୍ଷ ଏମ କେ ଷ୍ଟାଲିନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ସହିତ ସେ କହିଛନ୍ତି କି, ଡାକ୍ତରମାନଙ୍କୁ ଆନ୍ଦୋଳନ କରିବାକୁ ରାଜ୍ୟ ସରକାର ବାଧ୍ୟ କରିଛନ୍ତି । ଡାକ୍ତରମାନଙ୍କ ସମସ୍ୟା ପ୍ରତି ଅଣଦେଖା କରିଛନ୍ତି । ସମାଧାନ କରିବା ଅପେକ୍ଷା ସେମାନଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି ।