ଓଡିଶା

odisha

ETV Bharat / bharat

ଢାକାରୁ ଫେରିଲେ 160 ଭାରତୀୟ ଛାତ୍ର - ବାଂଲାଦେଶରେ ଫସିଥିଲେ କାଶ୍ମୀର ଛାତ୍ର

ଭାରତ ଫେରିଲେ ଢାକାରେ ପଢ଼ୁଥିବା ଛାତ୍ର । ଲକଡାଉନ ଯୋଗୁଁ ସେଠାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଅଧିକ ପଢନ୍ତୁ...

ଢାକାରୁ ଫେରିଲେ 160 ଭାରତୀୟ ଛାତ୍ର
ଢାକାରୁ ଫେରିଲେ 160 ଭାରତୀୟ ଛାତ୍ର

By

Published : May 9, 2020, 12:25 AM IST

ଶ୍ରୀନଗର: ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ଦେଶରେ ଫସିଥିବା ଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଛି । ଏହି ଅବସରରେ ବାଂଲାଦେଶରୁ ଫେରିଛନ୍ତି 160 ଛାତ୍ର । ସମସ୍ତେ କାଶ୍ମୀର ବାସିନ୍ଦା ହୋଇଥିବାବେଳେ ବାଂଲାଦେଶରେ ଫସି ରହିଥିଲେ ।

ଢାକାରେ ଏହି ସମସ୍ତ ଛାତ୍ର ପଢାପଢି କରୁଥିଲେ । ତେବେ ଲକଡାଉନ ଯୋଗୁଁ ସେଠାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଫଳରେ ଏମାନଙ୍କର ଚଳିବାରେ ସମସ୍ୟା ଦେଖାଦେଇଥିଲା । ଫେରିବା ପାଇଁ ପୂର୍ବରୁ ସମସ୍ତ ଛାତ୍ର ଆବେଦନ କରିଥିଲେ ।

ବୈଦେଶିକ ମନ୍ତ୍ରଣାଳୟର ଉଦ୍ୟମ ଫଳରେ ଏମାନେ ସମସ୍ତେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ଏୟାର ଇଣ୍ଡିଆ ଫ୍ଳାଇଟ୍ ଦ୍ବାରା ଏମାନଙ୍କୁ ଅଣାଯିବା ପରେ ବସ ଯୋଗେ କାଶ୍ମୀରରେ ପହଞ୍ଚାଇ ଦିଆଯାଇଥିଲା । ସୁରକ୍ଷିତ ଘରେ ପହଞ୍ଚିବା ପରେ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଇଥିଲେ ସମସ୍ତ ଛାତ୍ର ।

ସୌଜନ୍ୟ@ANI

ABOUT THE AUTHOR

...view details