ଜୟପୁର: ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମିନି ବସ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ 16 ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ 10 ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି ।
ମିନିବସ-ବୋଲେରୋ ମୁହାଁମୁହିଁ ଧକ୍କା; 16 ମୃତ, 10 ଆହତ - ରାଜସ୍ଥାନରେ ବସ ବୋଲେରୋ ମୁହାଁ ମୁହିଁ ଧକ୍କା
ରାଜସ୍ଥାନର ଯୋଧପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ 16 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 10 ଜଣ ଗୁରୁତର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ 1 ଟା ସମୟରେ ଏକ ମିନି ବସ ଜୈସାଲମେର ଦେଇ ଯୋଧପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ବସର ଟାୟାର ଫାଟିବା ଫଳରେ ବସଟି ଅନିୟନ୍ତ୍ରିତ ହୋଇ ସାମ୍ନାପଟୁ ଆସୁଥିବା ଏକ ବୋଲେରୋକୁ ଜୋରଦାର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ 13 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 13 ଜଣ ଗୁରୁତର ଆତହ ହୋଇଥିଲେ । ସେପଟେ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଚିକିତ୍ସା ସମୟରେ ଅନ୍ୟ 3 ଜଣ ପ୍ରାଣ ହରାଇଥିବା ଜଣାପଡିଛି ।