ଓଡିଶା

odisha

ETV Bharat / bharat

ଛତିଛଗଡ ଜଙ୍ଗଲରୁ 16 ଓଡିଆ ଜଙ୍ଗଲ ମାଫିଆ ଗିରଫ

ଛତିଶଗଡ ଜଙ୍ଗଲ ଉପରେ କବଜା କରୁଥିବା ସମୟରେ 16 ଓଡିଶା ଗିରଫ । ବନ୍ୟଜନ୍ତୁ ସଂରକ୍ଷଣ ମାମଲାରେ ସେମାନଙ୍କ ନାଁରେ ବିଭିନ୍ନ ଦଫା ଲଗାଯାଇ ଛତିଶଗଡ ବନ୍ୟଜନ୍ତୁ ବିଭାଗ ଓ ପୋଲିସ ପକ୍ଷରୁ ସେମାନଙ୍କୁ ଜେଲକୁ ପଠାଯାଇଛି ।

By

Published : Jul 18, 2019, 8:35 PM IST

ଫଟୋ ସୌଜନ୍ୟ-ଇଟିଭି ଭାରତ

ରାୟପୁର: ପଡୋଶୀ ରାଜ୍ୟର ସୀମାରେ ଥିବା ଜଙ୍ଗଲକୁ କବଜା ଅଭିଯୋଗରେ ଛତିଶଗଡ ବନବିଭାଗ 16 ଜଣ ଓଡିଆ ଜଙ୍ଗଲ ମାଫିଆ ଙ୍କୁ ଗିରଫ କରି ଜେଲକୁ ପଠାଇଛି । ଗଛ କାଟିବା ଓ ଜମି ଅଧିଗ୍ରହଣ ମାମଲାରେ ଛତିଶଗଡ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ବନବିଭାଗର କହିବା ଅନୁଯାୟୀ ସୀମାରେ ଥିବା ରାଜ୍ୟର ବାଘ ସଂରକ୍ଷିତ ବନ୍ୟଞ୍ଚଳରେ ଅବୈଧ ପ୍ରବେଶ କରି ଜମି ଅକ୍ତିହାର କରୁଛନ୍ତି ମାଫିଆ ।

ପ୍ରକାଶ ଥାଉ ଯେ, ଗରିଆବନ୍ଦ ଜିଲ୍ଲାର ଓଡିଶା ସହ ସୀମା ସହ ଯୋଡି ହୋଇ ରହିଛି । ଜମି ଅଧିଗ୍ରହଣକୁ ନେଇ ଏଠାରେ ବହୁ ଥର ଧରି ସୀମା ବିବାଦ ମଧ୍ୟ ଦେଖାଦେଇଛି । ଛତିଗଡ ଅଭିଯୋଗ କରିଛି ଯେ, ଓଡିଶା ଏଠାରେ ଗଛ କାଟି କୁଡିଆ ତିଆରି କରି ଜନବସତି ବସାଇବାରେ ଲାଗିଛି । ଏ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ଦେଖାଇ ଜଙ୍ଗଲ ଉପରେ ଚଢାଉ କରି 16 ଜଣିଆ ମାଫିଆଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ-ଇଟିଭି ଭାରତ

ଓଡିଶାର ବହୁ ଜଙ୍ଗଲ ମାଫିଆ ଛତିଶଡ ବନାଞ୍ଚଳର ପ୍ରାୟ 5 ଏକର ଜମି ସଫା କରି ଫସଲ କରିବାକୁ ଲାଗି ପଡିଥିଲେ । ଯାହାର ପ୍ରଭାବ ରାଜ୍ୟର ବନ୍ୟଜନ୍ତୁଙ୍କ ସଂରକ୍ଷଣକୁ ହାନି ପହଞ୍ଚାଇବା ସହ ପରିବେଶ ସନ୍ତୁଳନ ଉପରେ ପଡୁଛି । ଏଣୁ ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ଟାଇଗର ରିଜର୍ଭ ସଂରକ୍ଷଣ ପକ୍ଷରୁ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କୁହାଯାଇଛି ।

ABOUT THE AUTHOR

...view details