ଓଡିଶା

odisha

ETV Bharat / bharat

ରାଜସ୍ଥାନ ରାଜନୈତିକ ସଙ୍କଟ: ବୈଠକରେ ଉପସ୍ଥିତ ନାହାଁନ୍ତି 16 ବିଧାୟକ - 16 MLAs not present in gehlot meeting

ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାୟକଙ୍କ ଏକ ବୈଠକ ଡାକିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 90 ଜଣ ବିଧାୟକ ଏହି ବୈଠକରେ ପହଞ୍ଚିଛନ୍ତି।

gehlot meeting
ରାଜସ୍ଥାନ ରାଜନୈତିକ ସଙ୍କଟ

By

Published : Jul 13, 2020, 11:46 AM IST

ଜୟପୁର : ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାୟକଙ୍କ ଏକ ବୈଠକ ଡାକିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 90 ଜଣ ବିଧାୟକ ଏହି ବୈଠକରେ ପହଞ୍ଚିଛନ୍ତି। ସେଠାରେ 10 ଜଣ ସ୍ବାଧୀନ ବିଧାୟକ ମଧ୍ୟ ଅଛନ୍ତି । ଏଭଳି ପରିସ୍ଥିତିରେ କଂଗ୍ରେସର କିଛି ବିଧାୟକ ମଧ୍ୟ ଉପସ୍ଥିତ ନାହାଁନ୍ତି । ଜୟପୁରରେ 16 ଜଣ ବିଧାୟକ ଉପସ୍ଥିତ ନାହାଁନ୍ତି।

16 ଜଣ ବିଧାୟକ ହେଉଛନ୍ତି, ରାକେଶ ପାରିକ, ମୁରାରୀ ଲାଲ ମୀଣା, ଜିଆର ଖଟାନା, ଇନ୍ଦ୍ରାଜ ଗୁର୍ଜର, ଗଜେନ୍ଦ୍ର ସିଂ ଶେଖାୱତ, ହରୀଶ ମୀଣା, ରମେଶ ମୀଣା, ଦୀପେନ୍ଦ୍ର ସିଂ ଶେଖାୱତ, ଭଂୱର ଲାଲ ଶର୍ମା, ବିଜେନ୍ଦ୍ର ଓଲା, ହେମାରାମ ଚୌଧୁରୀ, ପିଆର୍ ମୀଣା, ବିଶ୍ବେନ୍ଦ୍ର ସିଂ ଜାହିଦା, ରାମନିବାସ ଗାୱଡିୟା, ମୁକେଶ ଭାକର ଓ ସୁରେଶ ମୋଦି ।

ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। କଂଗ୍ରେସ ବିଧାନସଭା ପାର୍ଟିର ବୈଠକରେ ସେ ଯୋଗଦେବେ ନାହିଁ ବୋଲି କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ସଚିନ ପାଇଲଟ ବିଜେପିରେ ଯୋଗ ଦେଇ ପାରନ୍ତି। ପାଇଲଟ ଆଜି(ସୋମବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ।

ଅନ୍ୟପକ୍ଷେ ସଚିନ ପାଇଲଟଙ୍କ ନିକଟବର୍ତ୍ତୀ କୁହାଯାଉଥିବା ଦାନିସ ଅବରାର କିନ୍ତୁ ଗେହଲଟଙ୍କ ବୈଠକରେ ପହଞ୍ଚିଛନ୍ତି । ପ୍ରାୟ 4 ଜଣ ପାଇଲଟଙ୍କ ନିକଟବର୍ତ୍ତୀ ବିଧାୟକ ବୈଠକରେ ଯୋଗ ଦେଇଛନ୍ତି ।

ABOUT THE AUTHOR

...view details