ଓଡିଶା

odisha

ETV Bharat / bharat

16 କେଜି ସୁନା ଶାଢୀରେ ଝଲସୁଛନ୍ତି ମା'ଲକ୍ଷ୍ମୀ - ମା'ଲକ୍ଷ୍ମୀଙ୍କ ସୁନା ଶାଢୀ ବେଶ

ଗତକାଲି ଦଶହରା ଉପଲକ୍ଷେ 16 କେଜି ସୁନା ଶାଢୀରେ ସଜେଇ ହୋଇଥିଲେ ମା' । ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ପୁନେ ସାରସବାଗ୍ସ ଶ୍ରୀ ମହାଲକ୍ଷ୍ମୀ ।

16 କେଜି ସୁନା ଶାଢୀରେ ମା'ଲକ୍ଷ୍ମୀ

By

Published : Oct 9, 2019, 9:21 AM IST

ପୁଣେ: ଆଜି ବିଦାୟ ନେବେ ଦଶଭୁଜା । ଅଧର୍ମ ଉପରେ ଧର୍ମର ନ୍ୟାୟ ନିର୍ଦଶନ ଦେଇ ମେଲାଣି ନେବେ ମା' । ପୁଣି ଆଉ ଏକ ବର୍ଷକୁ ଅପେକ୍ଷା । ଗତକାଲି ବିଜୟା ଦଶମୀକୁ ନେଇ ସାରା ଦେଶ ଉତ୍ସବମୁଖର ଥିଲା । ଏହି ଅବସରରେ ପୁଣେ ସାରସବାଗ୍ସ ଶ୍ରୀ ମହାଲକ୍ଷ୍ମୀ 16 କେଜି ସୁନା ଶାଢୀରେ ସଜେଇ ହୋଇଥିଲେ । ଯାହାକୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁ ଭିଡ ଜମାଇଥିଲେ ।

ଭିଡିଓ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ

ପ୍ରତିବର୍ଷ ଦଶହରା ହେଉ ଅବା ଲକ୍ଷ୍ମୀପୂଜା ବର୍ଷକୁ 2 ଥର ମନ୍ଦିର ପ୍ରଶାସନ ପକ୍ଷରୁ ମା'ଙ୍କୁ ଶାଢୀ ଦିଆଯାଇଥାଏ । ମା'ଙ୍କ ସ୍ବର୍ଣ୍ଣିମ ବେଶ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲମ୍ବା ଭିଡ ମଧ୍ୟ ପରିଲକ୍ଷିତ ହୋଇଥାଏ । ପ୍ରତିବର୍ଷ ନବରାତ୍ରୀ ସମୟରେ ହିଁ ମହାଲକ୍ଷ୍ମୀ ଦେବୀଙ୍କୁ ଏହି ସୁନା ଶାଢୀ ପିନ୍ଧାଯାଏ ।

ଏହି ଶାଢୀକୁ ତିଆରି କରିବା ପାଇଁ ଦୀର୍ଘ 7 ମାସର ସମୟ ନେଇଥିଲେ ଦକ୍ଷିଣ ଭାରତର କାରଗିର । ଅତି ସୁକ୍ଷ୍ମ କାରୁକାର୍ଯ୍ୟରେ ତିଆରି ଏହି ସୁନା ଶାଢୀ । ମନ୍ଦିର 10ବର୍ଷରେ ପଦାର୍ପଣ କରିଥିବାବେଳେ ମା'ଙ୍କୁ ସୁନା ଶାଢୀ ବେଶକୁ 8 ବର୍ଷ ପୁରୁଛି । ତେବେ ନବରାତ୍ରୀର ନଅ ଦିନ ଧରି ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ABOUT THE AUTHOR

...view details