ବେଜିଂ: ପ୍ରାଣଘାତୀ ସାଜିଛି କୋରୋନା ଭାଇରସ। ମହାମାରୀ ରୂପ ନେଇ ବିଶ୍ବବାସୀଙ୍କ ମନରେ ଆତଙ୍କ ଖେଳାଇଛି କୋରୋନା। ଚୀନର ଉହାନରେ ଜନ୍ମିଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା 1600ରୁ ଉର୍ଦ୍ଧ୍ବ ଜଣଙ୍କର ମୁଣ୍ଡ ନେଇଥିବାବେଳେ, ଏଥିରେ 67 ହଜାର 535 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି।
କୋରୋନା ଆତଙ୍କ: ନେଲାଣି 1600ରୁ ଊର୍ଦ୍ଧ୍ବ ମୁଣ୍ଡ - କୋରୋନା ଭାଇରାସ
ହୁ ହୁ ହୋଇ ବ୍ୟାପିବାରେ ଲାଗିଛି କୋରୋନା ଭାଇରାସ । ଚୀନରେ କୋରୋନା ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଥିବାବେଳେ, ଦିନକୁ ଦିନ ଏହାର ସ୍ଥିତି ଗୁରୁତର ହେବାରେ ଲାଗିଛି । ଅଧିକ ପଢନ୍ତୁ...
କୋରୋନା ଆତଙ୍କ: ନେଲାଣି 1600ରୁ ଉର୍ଦ୍ଧ୍ବ ମୁଣ୍ଡ
ଚୀନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ କହିଛନ୍ତି ଯେ, ଏହି ଭାଇରସରେ ସର୍ବାଧିକ ପ୍ରଭାବିତ ହୁବେଇ ହୋଇଛି । କାରଣ ଶୁକ୍ରବାର ସୁଦ୍ଧା 2 ହଜାର 420 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ, ସେଥିମଧ୍ୟରୁ 139 ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାବ୍ୟତୀତ ହେନାନରେ 2, ବେଜିଙ୍ଗ ଏବଂ ଚୋଙ୍ଗକ୍ବିଙ୍ଗରେ ମିଶି 2 ଜଣଙ୍କର ମୃତ୍ୟୁ ହୋଇଛି।