ନୂଆଦିଲ୍ଲୀ: ଭାରତ-ୟୁରୋପୀୟ ୟୁନିଅନ ସମ୍ମିଳନୀର 15 ତମ ବୈଠକ ଆଜି ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମିସେଲ ଓ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ସହଯୋଗ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ବିଟ୍ରେ କହିଛନ୍ତି ଯେ ଏହି ସମ୍ମିଳନୀ ୟୁରୋପ ସହିତ ଭାରତର ଆର୍ଥିକ ତଥା ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ।
ଏହି ସମ୍ମିଳନୀରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ରାଜନୈତିକ ଓ ସୁରକ୍ଷା ସମ୍ପର୍କକୁ ନେଇ ଭାରତ-ଇୟୁ ସହଯୋଗର ସମୀକ୍ଷା କରାଯିବ। କୋଭିଡ-19 ମହାମାରୀ ଓ ଉଭୟ ପକ୍ଷ ପାଇଁ ସମସାମୟିକ ବିଶ୍ବସ୍ତରୀୟ ବିଷୟ ସହ ଜଡିତ ବିକାଶ ଉପରେ ଆଲୋଚନା ହେବାର ଆଶା କରାଯାଉଛି । ଏହି ସମ୍ମିଳନୀ ଭାରତ ସହ ଏହାର ସମ୍ପର୍କକୁ ପ୍ରାଥମିକତା ଦେଉଛି ଓ ସହଭାଗୀତାକୁ ଅଧିକ ଗୁରୁତ୍ବପୂର୍ଣ୍ଣ ଦୃଷ୍ଟିରେ ରଖିବାକୁ ଚେଷ୍ଟା କରୁଛି।