ଓଡିଶା

odisha

ETV Bharat / bharat

‘ବର୍ତ୍ତମାନ ସୁଦ୍ଧା ଦେଶରେ ସରିଛି 15 କୋଟି 66 ଲକ୍ଷରୁ ଊର୍ଦ୍ଧ୍ବ ସାମ୍ପଲ ଟେଷ୍ଟ’

ଦେଶରେ କମିଛି କୋରୋନା ସଂକ୍ରମିତ ହାର । ଧିରେ ଧିରେ ସୁଧୁରୁଛି ସ୍ଥିତି । ତେବେ ଏହା ପଛରେ ସ୍ବାସ୍ଥ୍ୟ ବିଭାଗର ଅନେକ ଅବଦାନ ରହିଛି । ଅଧିକ ପଢନ୍ତୁ...

By

Published : Dec 16, 2020, 10:50 AM IST

ଡିସେମ୍ବର 15 ସୁଦ୍ଧା ଦେଶରେ ସରିଛି 15 କୋଟି 66 ଲକ୍ଷରୁ ଉର୍ଦ୍ଧ୍ବ ସାମ୍ପଲ ଟେଷ୍ଟ: ICMR
ଡିସେମ୍ବର 15 ସୁଦ୍ଧା ଦେଶରେ ସରିଛି 15 କୋଟି 66 ଲକ୍ଷରୁ ଉର୍ଦ୍ଧ୍ବ ସାମ୍ପଲ ଟେଷ୍ଟ: ICMR

ନୂଆଦିଲ୍ଲୀ: ଅନ୍ୟଦେଶ ତୁଳନାରେ ଭାରତରେ ଦୈନିକ କୋରୋନା ସଂକ୍ରମଣ ରିପୋର୍ଟ ବର୍ତ୍ତମାନ ସର୍ବାଧିକ ରହିଛି । ହେଲେ ପୂର୍ବ ଅପେକ୍ଷା ଏହି ସଂଖ୍ୟାରେ ଗତ କିଛି ଦିନ ହେବ ହ୍ରାସ ପାଇବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ସଠିକ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଥିବା କୋଭିଡ ଟେଷ୍ଟ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ରିପୋର୍ଟ ମୁତାବକ ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ଟେଷ୍ଟିଂ ଲ୍ୟାବରେ 10 ଲକ୍ଷ 85 ହଜାର 625ଟି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ଡିସେମ୍ବର 15 ସୁଦ୍ଧା 15 କୋଟି 66 ଲକ୍ଷ 46 ହଜାର 280ଟି କୋଭିଡ ଟେଷ୍ଟ କରାଯାଇଛି।

ବର୍ତ୍ତମାନ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 99 ଲକ୍ଷ 32 ହଜାର 548କୁ ବୃଦ୍ଧି ପାଇଛି। ଏଥିରୁ 1 ଲକ୍ଷ 44 ହଜାର 096 ଜଣଙ୍କର ମୃତ୍ୟୁ ହୋଇଛି।

ABOUT THE AUTHOR

...view details