ଓଡିଶା

odisha

ETV Bharat / bharat

‘ବୈଷ୍ଣବ ଜନ ତୋ’ରେ ଭାରତକୁ ବାନ୍ଧିଲା ‘ଇଟିଭି ଭାରତ’ - 11ଟି ଭାଷାରେ ବୈଷ୍ଣବ ଜନ ତୋ ରାମୋଜୀ ରାଓ ଲଞ୍ଚ କଲେ ଭଜନ

150ତମ ଗାନ୍ଧୀ ଜୟନ୍ତୀ ଅବସରରେ ନିଆରା ଢଙ୍ଗରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ 130 କୋଟି ଦେଶବାସୀ । ଆଉ ଏହି କ୍ରମରେ ସାମିଲ ହୋଇଛି ଇଟିଭି ଭାରତ ପରିବାର । ଏକ ସ୍ବତନ୍ତ୍ର ଭିଡିଓ ମାଧ୍ୟମରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଚେୟାରମ୍ୟାନ ରାମୋଜୀ ରାଓ । ଦେଖନ୍ତୁ ଭିଡିଓ...

ଡିଜାଇନ ଫଟୋ

By

Published : Oct 1, 2019, 9:42 PM IST

Updated : Oct 2, 2019, 12:53 PM IST

ପାଳନ ହେଉଛି ଗାନ୍ଧୀଜୀଙ୍କ 150ତମ ଜନ୍ମଦିନ । ‘ବୈଷ୍ଣବ ଜନ ତୋ ରେ କହିୟେ, ତେ ପିଡ ପରାୟେ ଜାନେ ରେ’ ଗୀତରେ ସମଗ୍ର ଭାରତକୁ ଗୋଟିଏ ସୂତାରେ ବାନ୍ଧିଛି ଇଟିଭି ଭାରତ । ଏକ ବିଶାଳ ଦେଶ ଭାରତ ବର୍ଷ, ବିବିଧତା ମଧ୍ୟରେ ଏକତା ଓ ସୁନ୍ଦରତାର ସ୍ବର୍ଗ ଏହି ଅଖଣ୍ଡ ଆର୍ଯ୍ୟବର୍ତ୍ତ । ପଞ୍ଚଦଶ ଶତାବ୍ଦୀର ଗୁଜୁରାଟ କବି ନରସିହ୍ନା ମେହେତାଙ୍କ ଭଜନ ମାଧ୍ୟମରେ ସମଗ୍ର ଭାରତକୁ ସତ୍ୟ, ଅହିଂସା, ସମାନତାର ବାର୍ତ୍ତା ବାଣ୍ଟିବା ସହ ଏକତା ସୂତ୍ରରେ ଯୋଡିବା ପାଇଁ ‘ଇଟିଭି ଭାରତ’ କରିଛି ଭିନ୍ନ ଓ ସ୍ବତନ୍ତ୍ର ପ୍ରୟାସ । 11ଟି ଭାଷାରେ ପ୍ରସ୍ତୁତ ହୋଇଛି ଗାନ୍ଧୀଙ୍କ ପ୍ରିୟ ସଙ୍ଗୀତ । ଏହା ବୈଷ୍ଣବଙ୍କ ଜୀବନ ଓ ଆଦର୍ଶକୁ ଅତ୍ୟନ୍ତ ଚମତ୍କାର ଓ ସୁନ୍ଦରତା ଭାବରେ ଦର୍ଶାଉଛି । ଭଜନର ପ୍ରତିଟି ପଦରେ ଭାବ ଓ କରୁଣା ପରିପୂର୍ଣ୍ଣ ହୋଇରହିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 2, 2019, 12:53 PM IST

ABOUT THE AUTHOR

...view details