ପାଟନା: ଦିଲ୍ଲୀରେ ବ୍ୟାପକ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିହାର ସରକାର ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ରାଜ୍ୟରେ 15 ବର୍ଷରୁ ଊର୍ଦ୍ଧ୍ବ ଯାନବାହନ ଚଳାଚଳ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି ଗାଡ଼ି ବ୍ୟବସାୟିକ ଭିତ୍ତିରେ ଲାଗୁଥିବା ଗାଡ଼ି ଗୁଡ଼ିକ ବନ୍ଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ବିହାରରେ ବନ୍ଦ ହେବ 15 ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି - ବିହାର
ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିହାର ସରକାର। ଫଳରେ ସେ ରାଜ୍ୟର ବ୍ୟବସାୟିକ ଭିତ୍ତିରେ ଲାଗୁଥିବା 15 ବର୍ଷରୁ ଊର୍ଦ୍ଧ୍ବ ଦିନର ଗାଡ଼ି ଗୁଡ଼ିକର ଚଳାଚଳ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

ଏହି ବୈଠକରେ ଅଳିଆ ଗାଡ଼ିରେ ଅଖା ଘୋଡ଼ାଇ ଅଳିଆ ପରିବହନ କରିବାକୁ ମୁଖ୍ୟମନ୍ତ୍ରୀ ନୀତିଶ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ସହର ଗୁଡ଼ିକର ସ୍ବଚ୍ଛତା ଏବଂ ଧୂଳିକଣା ଯେପରି ନ ରୁହେ, ସେଥିପାଇଁ ବିଦେଶରେ ବ୍ୟବହାର କରାଯାଉଥିବା ଟେକ୍ନୋଲୋଜିର ସାହାରା ନେବାକୁ ସେ କହିଛନ୍ତି । ଏହା ସହିତ ରାଜ୍ୟରେ ନଡ଼ା ଜଳାଇ ହେଉଥିବା ପ୍ରଦୂଷଣକୁ କିପରି ରୋକା ଯାଇପାରିବ ତାହା ଉପରେ ମଧ୍ୟ ଧ୍ୟାନ ଦେବାକୁ ସେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ କହିଥିବା ଜଣାପଡ଼ିଛି।
ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ନିର୍ମାଣଧିନ କାର୍ଯ୍ୟ ଏବଂ ତାହା ଦ୍ବାରା ହେଉଥିବା ପ୍ରଦୂଷଣକୁ କିପରି ରୋକାଯାଇପାରିବ ସେ ନେଇ ସେ ଧ୍ୟାନଦେବାକୁ କହିଛନ୍ତି । ଏହି ବୈଠକରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ବିଭାଗର ମନ୍ତ୍ରୀ, ସଚିବ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।