ଓଡିଶା

odisha

ETV Bharat / bharat

କ୍ରିକେଟ ଖେଳ ହେଲା କାଳ, 15 ବର୍ଷୀୟ ବାଳକ ମୃତ - କ୍ରିକେଟ ଖେଳ କାଳ

କ୍ରିକେଟ ଖେଳ ସାଜିଲା କାଳ। ଚାଲିଗଲା 15 ବର୍ଷୀୟ ବାଳକର ଜୀବନ। ଏମିତି ଏକ ଘଟଣା ବିହାରର ସମସ୍ତିପୁର ଜିଲ୍ଲା ଦଲସିଂହସରାୟରେ ଦେଖିବାକୁ ମିଳିଛି। ମୃତକଙ୍କ ନାଁ କୃଷ୍ଣ କୁମାର।

15 year old boy dead during cricket  playing
କ୍ରିକେଟ ଖେଳ ହେଲା କାଳ

By

Published : Dec 2, 2019, 4:16 PM IST

ପାଟନା: କ୍ରିକେଟ ଖେଳ ସାଜିଲା କାଳ। ଚାଲିଗଲା 15 ବର୍ଷୀୟ ବାଳକର ଜୀବନ । ଏମିତି ଏକ ଘଟଣା ବିହାର ସମସ୍ତିପୁର ଜିଲ୍ଲାର ଦଲସିଂହସରାୟରେ ଦେଖିବାକୁ ମିଳିଛି । ମୃତକଙ୍କ ନାଁ କୃଷ୍ଣ କୁମାର। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


ସମସ୍ତିପୁର ଦଳସିଂହସରାୟର ସ୍ଥାନୀୟ ଛତ୍ରଘାରୀ ଇଣ୍ଟର ବିଦ୍ୟାଳୟର ଖେଳ ପଡିଆରେ କ୍ରିକେଟ ଖେଳୁଥିବା ସମୟରେ କୃଷ୍ଣଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମ ଥର କୃଷ୍ଣ ଏହି ପଡିଆରେ ଖେଳିଆବାକୁ ଆସିଥିଲେ।

କ୍ରିକେଟ ଖେଳ ହେଲା କାଳ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କ୍ରିକେଟ ଖେଳିବା ସମୟରେ କୃଷ୍ଣ ବଲକୁ ଅଟକାଉଥିଲା । ସେହି ସମୟରେ ସେ ଖସିଯାଇ ଚଟାଣରେ ପଡିଯାଇଥିଲେ । ପରେ ତାଙ୍କୁ ଅନୁମଣ୍ଡଳ ଡାକ୍ତରଖାନା ନିଆଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ABOUT THE AUTHOR

...view details