ଓଡିଶା

odisha

By

Published : Apr 13, 2020, 6:06 PM IST

ETV Bharat / bharat

କର୍ଣ୍ଣାଟକରେ କୋରୋନା ବିତ୍ପାତ, ପୁଣି 15 ଆକ୍ରାନ୍ତ ଚିହ୍ନଟ

ଦେଶରେ ବେକାବୁ କୋରୋନା । କର୍ଣ୍ଣାଟକରେ 15 ପଜେଟିଭ ଚିହ୍ନଟ । ଆତଙ୍କିତ ରାଜ୍ୟବାସୀ ।ଅଧିକ ପଢନ୍ତୁ...

15 new positive cases reported in karnataka
କର୍ଣ୍ଣାଟକରେ 15 ପଜେଟିଭ ଚିହ୍ନଟ

ବେଙ୍ଗାଲୁରୁ :ଦେଶରେ ଅଣାୟତ୍ତ କୋରୋନା ସ୍ଥିତି । ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମକୁ ରୋକିବା ପାଇଁ ସରକାର ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି । ମହାମାରୀକୁ ରୋକିବା ପାଇଁ ସରାକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏହି କ୍ରମରେ ସୋମବାର କର୍ଣ୍ଣାଟକରେ 15 ଜଣ ପଜେଟିଭ ଚିହ୍ନଟ ହୋଉଛନ୍ତି । ପୁରା ରାଜ୍ୟରେ 247ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଥି ମଧ୍ୟରୁ 6 ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ 59 ଆରୋଗ୍ୟ ଲାଭ କରିଛନ୍ତି ।

ତେବେ ଭାରତରେ 9152ରେ ପଜେଟିଭ ରହିଥିବା ବେଳେ, ମୃତ୍ୟୁ ସଂଖ୍ୟା 308ରେ ପହଞ୍ଚିଲାଣୀ । ତେବେ କୋରୋନା ସ୍ଥିତି ଦେଶରେ ବେକାବୁ ଥିବାରୁ ଲକ ଡାଉନର ଅବଧିକୁ ବଢାଇ ପାରନ୍ତି ମୋଦି ସରାକର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details