ଓଡିଶା

odisha

ETV Bharat / bharat

ସ୍ବାଧୀନତା ଦିବସରେ ଉଡିବ 15କିମି ଲମ୍ବର ତ୍ରିରଙ୍ଗା - ରାୟପୁର

ବିଶ୍ବବାସୀ ଦେଖିବେ ସବୁଠୁ ଲମ୍ବା ତ୍ରିରଙ୍ଗା । ଯାହା ସ୍ବାଧୀନତା ଦିବସରେ ଛତିଶଗଡର ରାୟପୁରରେ ଉଡିବ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 11, 2019, 5:19 AM IST

ରାୟପୁର: ସ୍ବାଧୀନତା ଦିବସକୁ ଆଉ ମାତ୍ର 4 ଦିନ ବାକି । ସେନେଇ ଚାରିଆଡେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ତେବେ ଛତିଶଗଡର ରାୟପୁରରେ ଏହି ଦିବସକୁ କିଛି ଖାସ କରିବା ପାଇଁ ଏକ ଭିନ୍ନ ପଦକ୍ଷେପ ନିଆଯାଇଛି ।

ସୂଚନାନୂସାରେ, 193ଟି ଦେଶରେ ଆଜିଯାଏଁ ଯାହା ହୋଇପାରିନାହିଁ ତାହା ଭାରତରେ ହେବାକୁ ଯାଉଛି । ଅଗଷ୍ଟ 15 ଦିନ ରାୟପୁରରେ ଏକ 15 କିଲୋମିଟର ଲମ୍ବା ତ୍ରିରଙ୍ଗା ଉଡିବ। ଏହାକୁ 8 ହଜାର ଲୋକ ଏକାଠି ମିଶି ଉଠାଇବେ । ଯାହା ବିଶ୍ବ ରେକର୍ଡରେ ସ୍ଥାନ ପାଇବ ।


ଏନେଇ ରାୟପୁରସ୍ଥିତ ଅମାପାରା ଠାରୁ ରବିଶଙ୍କର ସ୍କୁଲ ୟୁନିଭର୍ସିଟିର ମୈଦାନରେ ଷ୍ଟେଜ ନିର୍ମାଣ କରାଯିବ। ଯେଉଁଥିରେ ବହୁ କଳାକାର ମାନେ ଯୋଗଦେବେ । ଏହା ସହ ଫିଲ୍ମର ପ୍ରଯୋଜକ ଅମିର ହାସମୀ ଏହି ଅବସରରେ ଏକ ପ୍ରୋଗ୍ରାମକୁ ହୋଷ୍ଟ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ପୂର୍ବ ସିଏମ ରମନ ସିଂହ ଓ ପୂର୍ବ ସିଏମ ଅଜିତ ଯୋଗୀ ପ୍ରମୁଖ ଉପସ୍ଥିତ ରହିବେ । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ 8 ରୁ 10 ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରଯୋଜକ ଅମିର ହାସମୀଙ୍କ କହିବାନୂଯାୟୀ, ଏହି ବିଶାଳ ଆୟୋଜନରେ 40ରୁ ଅଧିକ ସଂସ୍ଥା ମାନଙ୍କର ସହଯୋଗ ରହିଛି ।

ABOUT THE AUTHOR

...view details