ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ମଙ୍ଗଳବାର ଜମ୍ମୁ ବସ ଷ୍ଟାଣ୍ଡରୁ ଏକ ବସ୍ ମଧ୍ୟରୁ 15 କେଜି ବିସ୍ଫୋଟକ ଠାବ କରାଯାଇଛି । ବସ୍ଟି କଠୁଆ ଜିଲ୍ଲାର ବିଲାୱର ତହସିଲରୁ ଜମ୍ମୁ ବସ୍ ଷ୍ଟାଣ୍ଡକୁ ଆସୁଥିଲା।
ଆତଙ୍କବାଦୀଙ୍କ ଆକ୍ରମଣ ପଣ୍ଡ, ବସ୍ରୁ ମିଳିଲା 15 କେଜି ବିସ୍ଫୋଟକ
ମଙ୍ଗଳବାର ଜମ୍ମୁ ବସ ଷ୍ଟାଣ୍ଡରୁ ଏକ ବସ୍ ମଧ୍ୟରୁ 15 କେଜି ବିସ୍ଫୋଟକ ଠାବ କରିଛନ୍ତି ସୁରକ୍ଷାକର୍ମୀ ।
ସୂଚନା ମୁତାବକ, ବିସ୍ଫୋଟକ ଭରା ବ୍ୟାଗଟି ବସ୍ର କଣ୍ଡକ୍ଟରକୁ ଦିଆଯାଇଥିଲା । ତେବେ ବସ୍ରେ ସନ୍ଦିଗ୍ଧ ସାମଗ୍ରୀ ଥିବା କୌଣସି ସୂତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ସୁରକ୍ଷାକର୍ମୀମାନେ ବସ୍ଟିକୁ ଜମ୍ମୁ ବସ୍ ଷ୍ଟାଣ୍ଡ ନିକଟରେ ଅଟକାଇଥିଲେ। ବସ୍ର ଛାନ୍ବିନ୍ କରିବା ବେଳେ ସେଠାରୁ 15 କିଲୋ ବିସ୍ଫୋଟକ ଭରା ବ୍ୟାଗ ଠାବ ହୋଇଥିଲା ।
ସେପଟେ ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚାରା ଉଚାରା କରାଯାଉଛି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଜମ୍ମୁ-କାଶ୍ମୀର ବସ ଷ୍ଟାଣ୍ଡରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ 2 ଜଣ ପ୍ରାଣ ହରାଇଥିବା ବେଳେ 30 ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ ।