ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ବିତ୍ପାତ୍ତ । ବଢୁଛି ସଂକ୍ରମଣ ରିପୋର୍ଟ, ମୃତ୍ୟୁ ସଂଖ୍ୟା ଥମିବାର ନା ନେଉନାହିଁ । କୋରୋନା ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ବୋଲା ଯାଉଥିବା ସ୍ବାସ୍ଥ୍ୟକର୍ମୀ ଓ ସୁରକ୍ଷା ବାହିନୀ ଏବେ କୋରୋନାରେ କବଳିତ ହେବାରେ ଲାଗୁଛନ୍ତି । ରବିବାର ଦିଲ୍ଲୀର ଏକ ବାଟାଲିୟନରେ ପୋଷ୍ଟ ହୋଇଥିବା ପନ୍ଦର ଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀଙ୍କ କୋଭିଡ -19 ଟେଷ୍ଟ ପଜେଟିଭ ରହିଥିବା ଅଧିକାରୀମାନେ କହିଛନ୍ତି ।
ସିଆରପିଏଫର 31 ତମ ବାଟାଲିୟନର ଗୁରୁବାର ନଅ ଜଣ ଯବାନ ଗୁରୁବାର କୋରୋନା ପଜେଟିଭ ହୋଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି । ଏହି 15 ନୂଆ ରିପୋର୍ଟ ସହ ଏହି ୟୁନିଟରେ ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା 24 ରେ ପହଞ୍ଚିଛି ।