ଓଡିଶା

odisha

ETV Bharat / bharat

24 ଘଣ୍ଟାରେ ଦେଶର ହୋଇଛି 1442722 କୋରୋନା ପରୀକ୍ଷା:ଆଇସିଏମଆର

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ବୁଧବାର ଦେଶରେ 14 ଲକ୍ଷ 42 ହଜାର 722 କୋରୋନା ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏଯାବତ୍ ଦେଶରେ 10 କୋଟି 1 ଲକ୍ଷ 13 ହଜାର 85 କୋରୋନା ପରୀକ୍ଷା କରାଯାଇଛି ।

24 ଘଣ୍ଟାରେ ଦେଶର ହୋଇଛି 1442722 କୋରୋନା ପରୀକ୍ଷା
24 ଘଣ୍ଟାରେ ଦେଶର ହୋଇଛି 1442722 କୋରୋନା ପରୀକ୍ଷା

By

Published : Oct 23, 2020, 11:44 AM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ସାମ୍ପଲ ଟେଷ୍ଟ ଜାରି ରହିଛି । ପ୍ରତ୍ୟେକ ଦିନ ଦେଶରେ ଲକ୍ଷାଧିକ ଟେଷ୍ଟ କରାଯାଉଛି । ଏହାରି ମଧ୍ୟରେ ଦେଶରେ 10 କୋଟି ପାର କରିଛି କୋରୋନା ଟେଷ୍ଟିଙ୍ଗ ସଂଖ୍ୟା ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ବୁଧବାର ଦେଶରେ 14 ଲକ୍ଷ 42 ହଜାର 722 କୋରୋନା ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏଯାବତ୍ ଦେଶରେ 10 କୋଟି 1 ଲକ୍ଷ 13 ହଜାର 85 କୋରୋନା ପରୀକ୍ଷା କରାଯାଇଛି ।

ଅନ୍ୟଦେଶ ତୁଳନାରେ କୋଭିଡ ଟେଷ୍ଟିଂ ମାମଲାରେ ଭାରତ ଆଗୁଆ ରହିଛି । ଯାହାଦ୍ବାରା ଭାରତ ଭଳି ଜନବହୁଳ ଦେଶରେ ଟେଷ୍ଟିଂ ଦ୍ବାରା କୋରୋନା ସଂକ୍ରମଣ କମ କରାଯାଇପାରିଛି ।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 54,366 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 690 ଆଖ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 77 ଲକ୍ଷ 61 ହଜାର 312 ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 24 ଘଣ୍ଟାରେ 73,979 ଆକ୍ରାନ୍ତ ସୁସ୍ଥ ସହ ଦେଶରେ ମୋଟ ଆକ୍ରାନ୍ତ ସୁସ୍ଥ ସଂଖ୍ୟା 69 ଲକ୍ଷ 48 ହଜାର 497 ରେ ପହଞ୍ଚିଛି । ସେହିପରି 24 ଘଣ୍ଟାରେ 20,303 ଆକ୍ରାନ୍ତ ଆକ୍ଟିଭ ସହ ଦେଶରେ ମୋଟ 6 ଲକ୍ଷ 95 ହଜାର 509 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ 1 ଲକ୍ଷ 17 ହଜାର 306 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details