ନୂଆଦିଲ୍ଲୀ: କୋରୋନା ଭାଇରସ ବିରୁଦ୍ଧରେ ଏକ ପ୍ରଭାବଶାଳୀ ତଥା ନିରାପଦ ଟିକା ଖୋଜିବା ଦିଗରେ ବିଶ୍ବର ଅନେକ ବୈଜ୍ଞାନିକମାନେ ଅହରହ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଟେକ୍ସାସ ଫ୍ରିସ୍କୋରେ ରହୁଥିବା ୧୪ ବର୍ଷୀୟା ଭାରତ-ଆମେରିକୀୟ ସ୍କୁଲ ଛାତ୍ରୀ ଅନିକା ଚେବ୍ରଲୁଙ୍କ ବିରଳ ଆବିଷ୍କାର ଏବେ ଏକ ସଫଳ ଉପଚାର ପ୍ରକ୍ରିୟା ଆଣିବାର ସମ୍ଭାବନା ସୃଷ୍ଟି କରିଛି । ଏହି ନିଆରା ଆବିଷ୍କାର ପାଇଁ ଅନିକା ୨୦୨୦ ମସିହାର ୩ଏମ୍ ଯୁବ ବୈଜ୍ଞାନିକ ଚ୍ୟାଲେଞ୍ଜ୍କୁ ବାଜି ମାରିନେବା ସହ ୨୫ ହଜାର ଡଲାର ପୁରସ୍କାର ରାଶି ହାସଲ କରିଛନ୍ତି ।
ଭାରତ-ଆମେରିକୀୟ ଛାତ୍ରୀଙ୍କ ନିଆରା ଆବିଷ୍କାର, ଭଲ କରିବ କୋଭିଡ୍ - ଟେକ୍ସାସ ଫ୍ରିସ୍କୋ
ଟେକ୍ସାସ ଫ୍ରିସ୍କୋରେ ରହୁଥିବା ୧୪ ବର୍ଷୀୟା ଭାରତ-ଆମେରିକୀୟ ଛାତ୍ରୀ ଅନିକା ଚେବ୍ରଲୁଙ୍କ ବିରଳ ଆବିଷ୍କାର । ଅନିକା ଏକ ବିରଳ ସୀସା ଅଣୁ ଆବିଷ୍କାର କରିଛନ୍ତି ଯାହା ସାର୍ସ-କୋଭିଡ-୨ର ସ୍ପାଇକ୍ ପ୍ରୋଟିନ୍କୁ ସଫଳତାର ସହ ବାନ୍ଧିପାରିବ । ଅଧିକ ପଢନ୍ତୁ...
![ଭାରତ-ଆମେରିକୀୟ ଛାତ୍ରୀଙ୍କ ନିଆରା ଆବିଷ୍କାର, ଭଲ କରିବ କୋଭିଡ୍ 14 year old indian-american girl did important discovery for treatment of covid](https://etvbharatimages.akamaized.net/etvbharat/prod-images/768-512-9240747-thumbnail-3x2-corona.jpg)
ଭାରତ-ଆମେରିକୀୟ ଛାତ୍ରୀଙ୍କ ନିଆରା ଆବିଷ୍କାର, ଭଲ କରିବ କୋଭିଡ୍
ଅନିକା ଏକ ବିରଳ ସୀସା ଅଣୁ ଆବିଷ୍କାର କରିଛନ୍ତି ଯାହା ସାର୍ସ-କୋଭିଡ-୨ର ସ୍ପାଇକ୍ ପ୍ରୋଟିନ୍କୁ ସଫଳତାର ସହ ବାନ୍ଧିପାରିବ । ଫଳରେ ଭୂତାଣୁର ଆଉ ଅଧିକ ଅଭିବୃଦ୍ଧି ଘଟିବନାହିଁ । ଅର୍ଥାତ ଏହି ମହାମାରୀର ଅନ୍ତ ହେବ । ଫଳରେ ସମସ୍ତେ ସାଧାରଣ ଜୀବନକୁ ଫେରିପାରିବେ । କୋଭିଡ -19 ମହାମାରୀର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନିକା ତାଙ୍କ ଗୁରୁଙ୍କ ସହ ମିଶି ଏକ ସଫଳ ଉପଚାର ପ୍ରକ୍ରିୟା ବାହାର କରିବାରେ ଲାଗିପଡ଼ିଥିଲେ ବୋଲି ଅନିକା କହିଛନ୍ତି ।