ଓଡିଶା

odisha

ETV Bharat / bharat

ସାରା ରାତି PUBG ଖେଳ, ସକାଳୁ ଘର ଭିତରୁ ଝୁଲନ୍ତା ମୃତଦେହ - ପବଜୀ ଖେଳିବା ପରେ ଯୁବକର ଆତ୍ମହତ୍ୟା

ରାତିସାରା ମୋବାଇଲରେ ପବଜୀ ଖେଳ। ପରେ ଖେଳିବା ବନ୍ଦ କରି ଶୋଇବାକୁ ଯିବା ପୂର୍ବରୁ ନିଜକୁ ଫାଶୀ ଦେଇ ଜଣେ 14 ବର୍ଷର ବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସାରା ରାତି PUBG ଖେଳ, ସକାଳୁ ଘର ଭିତରୁ ମିଳିଲା 9 ବର୍ଷୀୟ ବାଳକର ଝୁଲନ୍ତା ମୃତଦେହ
ସାରା ରାତି PUBG ଖେଳ, ସକାଳୁ ଘର ଭିତରୁ ମିଳିଲା 9 ବର୍ଷୀୟ ବାଳକର ଝୁଲନ୍ତା ମୃତଦେହ

By

Published : Jun 7, 2020, 8:28 AM IST

କୋଟା: ସ୍ମାର୍ଟଫୋନ ଜମାନାର ସ୍ମାର୍ଟ ଯୁବପୀଢି। ସମସ୍ତଙ୍କ ହାତରେ ଏକରୁ ଆରେକ ଭଳି ଭଳି ଫିଚର ଥିବା ଦାମିକା ଫୋନ। ସେଥିରେ ଆଜିକାଲିର ପିଲାମାନେ କଥାବାର୍ତ୍ତା କମ ଖେଳରେ ଅଧିକ ବ୍ୟସ୍ତ ରହୁଛନ୍ତି। ଏପରି କିଛି ମାରାତ୍ମକ ଖେଳ ଆରମ୍ଭ କରୁଛନ୍ତି ଯାହାର ପରିସମାପ୍ତି ପିଲାମାନଙ୍କୁ ମୃତ୍ୟୁର ଦ୍ବାରଦେଶକୁ ଟାଣି ନେଇଛି। ପ୍ରଥମେ ବ୍ଲ୍ୟୁ ହ୍ବେଲ ଏହାପରେ ପବଜୀ। ଏବେ ଯୁବପୀଢିଙ୍କ ଡିମାଣ୍ଡରେ ରହିଛି ଫ୍ରି ଫାୟାର। ତେବେ ପୂର୍ବରୁ ପବଜୀ ଖେଳି ଅନେକ ଅଘଟଣ ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ଖବର ଆସିଛି।

ରାତିସାରା ମୋବାଇଲରେ ପବଜୀ ଖେଳ। ପରେ ଖେଳିବା ବନ୍ଦ କରି ଶୋଇବାକୁ ଯିବା ପୂର୍ବରୁ ନିଜକୁ ଫାଶୀ ଦେଇ ଜଣେ 14 ବର୍ଷର ବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ରେଲୱେ ପୋଲିସ ଷ୍ଟେସନ ଅଧିନରେ ରହୁଥିବା ଆର୍ମି ଅଫିସରଙ୍କ 9 ବର୍ଷୀୟ ପୁଅ। ପରିବାର ସଦସ୍ୟଙ୍କ କହିବା ଅନୁସାରେ, ବାଳକ ତିନି ଦିନ ପୂର୍ବରୁ ତାଙ୍କ ମା’ଙ୍କ ମୋବାଇଲ୍ ଫୋନରେ ପବଜୀ ଡାଉନଲୋଡ୍ କରିଥିଲା ​​କିନ୍ତୁ ଗତ ତିନି ଦିନ ଧରି କ୍ରମାଗତ ଭାବରେ ସେ ଘଣ୍ଟା ଘଣ୍ଟା ଧରି ଖେଳୁଥିଲା।

ଏହି ମାମଲାରେ କୌଣସି ସୁଇସାଇଡ ନୋଟ ଉଦ୍ଧାର କରାଯାଇ ନାହିଁ ବୋଲି ପୋଲିସ କହିଛି। ବାଳକଟି ତାଙ୍କ ମା ଏବଂ ଭାଇଙ୍କ ସହ ସହରର ଗାନ୍ଧୀ କଲୋନୀରେ ରହୁଥିବାବେଳେ ତାଙ୍କ ପିତା ବର୍ତ୍ତମାନ ଅରୁଣାଚଳ ପ୍ରଦେଶରେ ଆର୍ମି ପୋଷ୍ଟିଂ ପାଇଛନ୍ତି। ପୋଷ୍ଟମର୍ଟମ ପାଇଁ ବାଳକର ମୃତଦେହକୁ ଡାକ୍ତରଖାନାର ସୁଧାର ଗୃହରେ ରଖାଯାଇଛି।

ABOUT THE AUTHOR

...view details