ଓଡିଶା

odisha

ETV Bharat / bharat

ଜଣେ ଲୋକ ପାଇଁ କ୍ବାରେଣ୍ଟାଇନରେ ୟୁପିର 14ଟି ଗାଁ - କ୍ବାରେଣ୍ଟାଇନ

ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ କାରଣରୁ 14 ଟି ଗାଁକୁ କ୍ବାରେଣ୍ଟିନ କରି ଦିଆଯାଇଛି । କୋରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନରେ ଥିବା ତବଲିଗୀ ଜାମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 13, 2020, 4:43 PM IST

ବଦାୟୁଁ : ସାରା ଦେଶରେ ଏବେ 21 ଦିନିଆ ଲକଡାଉନ ଜାରି ରହିଛି । ଏପରିସ୍ଥଳେ ଅନେକ ସ୍ଥାନରେ ଏହାର ଉଲ୍ଲଂଘନ ହେଉଥିବା ମଧ୍ୟ ଦେଖାଯାଉଛି । କିଛି ଅମାନିଆ ଉଲ୍ଲଂଘନକାରୀଙ୍କ ପାଇଁ ଅନ୍ୟମାନେ ପ୍ରଭାବିତ ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ କାରଣରୁ 14 ଟି ଗାଁକୁ କ୍ବାରେଣ୍ଟିନ କରି ଦିଆଯାଇଛି ।

14ଟି ଗାଁର ସୀମାକୁ ସିଲ୍ କରାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ ସୋମବାର ଏହି ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଏହି ବ୍ୟକ୍ତି ଭବାନୀପୁର ଖାଲି ଅଞ୍ଚଳର ଏକ ସ୍ଥାନୀୟ ମସଜିଦରେ ରହୁଥିଲେ । ପରେ ଯାହା ଶନିବାର ତାଙ୍କର କୋରୋନାଭାଇରସ୍ ରିପୋର୍ଟରେ ପଜେଟିଭ ଥିବା ଜଣାପଡିଥିଲା । କୋରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତି ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନରେ ଥିବା ତବଲିଗୀ ଜାମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଜିଲ୍ଲା ମାଜିଷ୍ଟ୍ରେଟ କୁମାର ପ୍ରଶାନ୍ତ କହିଛନ୍ତି ଯେ ବ୍ୟକ୍ତି ଜଣକ କୋରୋନାଭାଇରସ୍ ପଜିଟିଭ୍ ଆସିବା ପରେ ଉକ୍ତ ବ୍ୟକ୍ତି ରହୁଥିବା ଗାଁଠାରୁ ତିନି କିଲୋମିଟର ଦୂରତା ମଧ୍ୟରେ ଜିଲ୍ଲା ପ୍ରଶାସନ 14 ଟି ଗାଁକୁ ସିଲ୍ କରିଛି। କରିଦେଇଛି । ଅଧିକାରୀ କହିଛନ୍ତି ଯେ ଗ୍ରାମଗୁଡିକର ସୀମା ମଧ୍ୟ ସିଲ୍ କରାଯାଇଛି ଏବଂ ଏହି ଅଞ୍ଚଳରେ ଜୋନାଲ ଏବଂ ସେକ୍ଟର ମାଜିଷ୍ଟ୍ରେଟମାନଙ୍କୁ ନିୟୋଜିତ କରାଯାଇଛି। ସେ କହିଛନ୍ତି ଯେ, ଗାଁରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେଉଛି ଓ ଅନ୍ୟ ସନ୍ଦିଗ୍ଧ ମାମଲାରେ ପରୀକ୍ଷା ଚାଲିଛି ।

@IANS ଇନପୁଟ

ABOUT THE AUTHOR

...view details