ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ପରିସ୍ଥିତି ଅଧିକ ଅସମ୍ଭାଳ ହେଉଛି । ବିଶେଷ କରି କାଶ୍ମୀରରେ ପଜିଟିଭ ମାମଲା ଅଧିକ ଦେଖିବାକୁ ମିଳୁଛି ।
କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସୂଚନାନୁସାରେ ସୋମବାର ନୂଆ 14ଟି ମାମଲା ସାମନାକୁ ଆସିଛି । ସମସ୍ତ ପଜିଟିଭ କାଶ୍ମୀରର ବୋଲି ସ୍ପଷ୍ଟ ହୋଇଛି । ଏହାସହ କାଶ୍ମୀରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 313 ପହଞ୍ଚିଛି ।