ନୂଆଦିଲ୍ଲୀ : ଦେଶରେ କାୟା ବିସ୍ତାର କରିଚାଲିଛି କୋରୋନା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ନୂଆ ପଜେଟିଭ । କୋରୋନା ଯୋଗୁଁ ଗଡୁଛି ଶହ ଶହ ମୁଣ୍ତ । ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦେଶରେ ଲକ ଡାଉନ ଓ ସଟ ଡାଉନ ମଧ୍ୟ ଘୋଷଣା କରିଥିଲେ ସରକାର । ହେଲେ ତଥାପି ରୋକଲାଗି ପାରୁନି ସଂକ୍ରମଣ ଉପରେ । ଭାରତରେ ପଜେଟିଭଙ୍କ ସଂଖ୍ୟା 410461 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 13254 ଛୁଇଁଛି ।
24 ଘଣ୍ଟାରେ 14 ଆଇଟିବିପି ଯବାନ କୋରୋନା ପଜେଟିଭ - 24 ଘଣ୍ଟାରେ 14 ଆଇଟିବିପି ଯବାନ କୋରୋନା ପଜେଟିଭ ଚିହ୍ନଟ
ଦେଶକୁ ବ୍ୟାପୁଛି କୋରୋନା । 24 ଘଣ୍ଟାରେ 14 ଆଇଟିବିପି ଯବାନ କୋରୋନା ପଜେଟିଭ । ମୋଟ ସଂଖ୍ୟା ଛୁଇଁଲା 58 । ଅଧିକ ପଢନ୍ତୁ....
24 ଘଣ୍ଟାରେ 14 ଆଇଟିବିପି ଯବାନ କୋରୋନା ପଜେଟିଭ ଚିହ୍ନଟ
ତେବେ ଗତ 24 ଘଣ୍ଟାରେ ଆଇଟିବିପିରେ 14 ଜଣ ଯବାନ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ଆଇଟିବିପିରେ58 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ 210 ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।
ସୌଜନ୍ୟ @ANI