ଗାନ୍ଧୀନଗର: କୋରୋନା ନେଲା 14 ମାସ ଶିଶୁର ଜୀବନ । ଗୁଜୁରାଟର ଜାମାନଗର ଜିଲ୍ଲାରେ ଜଣେ 14 ମାସ ଶିଶୁର କୋରୋନା କାରଣରୁ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ଗତ ରବିବାର ଶିଶୁଟି କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ମାତ୍ର ଗତ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଶିଶୁଟିର ମୃତ୍ୟୁ ଘଟିଛି ।