ମୁମ୍ବାଇ: ଆତଙ୍କ ଖେଳାଇଛି କୋରୋନା ଭାଇରସ । କାରୋନା ବ୍ୟାପିବାରୁ ରୋକିବା ପାଇଁ ମେ 17 ଯାଏଁ ଲକଡାଉନ ଲାଗୁ ହୋଇଛି । ମାତ୍ର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏହି କ୍ରମରେ ଗତ 24 ଘଣ୍ଟାରେ ମହାରାଷ୍ଟ୍ର ପୁନେରେ ମୋଟ 139 ଟି କୋରୋନା ମାମଲା ସାମ୍ନାକୁ ଆସିଥିବା ବେଳେ 8 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପୁନେରେ ଗତ 24 ଘଣ୍ଟାରେ 8 କୋରୋନା ଆକ୍ରାନ୍ତ ମୃତ, ମୋଟ 111 - ପୁନେ କୋରୋନା ନ୍ୟୁଜ
ଗତ 24 ଘଣ୍ଟାରେ ମହାରାଷ୍ଟ୍ର ପୁନେରେ ମୋଟ 139 ଟି କୋରୋନା ମାମଲା ସାମ୍ନାକୁ ଆସିଥିବା ବେଳେ 8 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପୁନେରେ ଗତ 24 ଘଣ୍ଟାରେ 8 କୋରୋନା ଆକ୍ରାନ୍ତ ମୃତ
ଏହାକୁ ମିଶାଇ ପୁନେରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ,ବୃଦ୍ଧି ପାଇ 111 ରେ ପହଞ୍ଚିଛି । ଏଥିସହ କେବଳ ପୁନେରେ 2051 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ 69ଟି କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ କରିଛନ୍ତି । ଯେଉଁଠାରେ ସମସ୍ତ ଦୋକାନ ସକାଳ 10 ରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଖୋଲା ରହୁଛି ।