ଓଡିଶା

odisha

ETV Bharat / bharat

24 ଘଣ୍ଟାରେ ଦେଶରେ ହୋଇଛି 13,41,535 କୋରୋନା ପରୀକ୍ଷା:ICMR

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ, ଶୁକ୍ରବାର ଦେଶରେ ରେକର୍ଡ ସଂଖ୍ୟକ କୋରୋନା ପରୀକ୍ଷଣ କରାଯାଇଛି । ତେବେ ଶୁକ୍ରବାର ଦେଶରେ 13 ଲକ୍ଷ 41 ହଜାର 535 ନମୂନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏଯାବତ୍ ଦେଶରେ 7 କୋଟି 02 ଲକ୍ଷ 69 ହଜାର 975ଟି ନମୂନା ପରୀକ୍ଷା ସରିଛି ।

24 ଘଣ୍ଟାରେ ଦେଶରେ ହୋଇଛି 13,41,535 କୋରୋନା ପରୀକ୍ଷା
24 ଘଣ୍ଟାରେ ଦେଶରେ ହୋଇଛି 13,41,535 କୋରୋନା ପରୀକ୍ଷା

By

Published : Sep 26, 2020, 11:35 AM IST

ନୂଆଦିଲ୍ଲୀ: ଦେଶରେ ଥମିବାର ନାମ ନେଉନାହିଁ କୋରୋନା ସଂକ୍ରମଣ । ଏହାରି ମଧ୍ୟରେ ଦେଶରେ 59 ଲକ୍ଷ ପାର କରିଛି କୋରୋନା ମାମଲା । ବୃଦ୍ଧି ପାଉଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋରୋନା ଟେଷ୍ଟକୁ ମଧ୍ୟ ବଢାଇ ଦିଆଯାଇଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ, ଶୁକ୍ରବାର ଦେଶରେ ରେକର୍ଡ ସଂଖ୍ୟକ କୋରୋନା ପରୀକ୍ଷଣ କରାଯାଇଛି । ଦେଶରେ 13 ଲକ୍ଷ 41 ହଜାର 535 ନମୂନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏଯାବତ୍ ଦେଶରେ 7 କୋଟି 02 ଲକ୍ଷ 69 ହଜାର 975ଟି ନମୂନା ପରୀକ୍ଷା ସରିଛି ।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 85,362 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଇିବା ବେଳେ 1,089 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 59 ଲକ୍ଷ 3 ହଜାର 933ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 48 ଲକ୍ଷ 49 ହଜାର 585 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଲକ୍ଷ 60 ହଜାର 969 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ ମାରାତ୍ମକ ଭାଇରସ କାରଣରୁ 93,379 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details